ରାଜ୍ୟରେ ବନ୍ୟା ସ୍ଥିତି ନାହିଁ - ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର, ୨୭ ସେପ୍ଟେମ୍ବର (ହି.ସ.)- ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଆଇଏମଡିର ଆକଳନ ଅନୁସାରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ। କାଲି ୪୯ ବ୍ଲକ ମୁଖ୍ୟାଳୟରେ ୫୦ମିମି ଓ କାଲିମେଳାରେ ୧୦୦ ମିମି ବର୍ଷା ହୋଇଛି। ବର୍ଷା ଯୋଗୁଁ ଜ
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ - ସର୍ବୋଚ୍ଚ ଯନ୍ତ୍ରୀ


ଭୁବନେଶ୍ୱର, ୨୭ ସେପ୍ଟେମ୍ବର (ହି.ସ.)- ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଆଇଏମଡିର ଆକଳନ ଅନୁସାରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ। କାଲି ୪୯ ବ୍ଲକ ମୁଖ୍ୟାଳୟରେ ୫୦ମିମି ଓ କାଲିମେଳାରେ ୧୦୦ ମିମି ବର୍ଷା ହୋଇଛି। ବର୍ଷା ଯୋଗୁଁ ଜଳସ୍ତର ବଢୁଛି କିନ୍ତୁ ବିପଦ ସଂକେତ ଛୁଇଁ ନାହିଁ। ଯେହେତୁ ଜଳସ୍ତର ବଢୁଛି, ମହାନଦୀ ଶାଖା କାଠଯୋଡ଼ି, ବିରୂପା , କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା ପାଇଁ ସତର୍କତା ରହିଛି। ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି କିନ୍ତୁ ବିପଦ ସଂକେତ ତଳେ ଅଛି। ସୁକତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳୀରେ ଜଳସ୍ତର ବଢ଼ିଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande