ସୋମବାର ଦିଲ୍ଲୀ ବିଜେପିର ନୂଆ କାର୍ଯ୍ୟାଳୟର ଉଦଘାଟନ କରିବେ ପିଏମ ମୋଦି
ନୂଆଦିଲ୍ଲୀ, 28 ସେପ୍ଟେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦିଲ୍ଲୀ ଭାରତୀୟ ଜନତା ପାର୍ଟି (ଭାଜପା)ର ନୂଆ କାର୍ଯ୍ୟାଳୟର ଉଦ୍‌ଘାଟନ କରିବେ। ଏହି ଅବସରରେ ଭାଜପାର ଜାତୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍‌ଡା, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀ ବିଜେପି
ସୋମବାର ଦିଲ୍ଲୀ ବିଜେପିର ନୂଆ କାର୍ଯ୍ୟାଳୟର ଉଦଘାଟନ କରିବେ ପିଏମ ମୋଦି


ନୂଆଦିଲ୍ଲୀ, 28 ସେପ୍ଟେମ୍ବର (ହି.ସ.)

- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦିଲ୍ଲୀ ଭାରତୀୟ ଜନତା ପାର୍ଟି

(ଭାଜପା)ର ନୂଆ କାର୍ଯ୍ୟାଳୟର ଉଦ୍‌ଘାଟନ କରିବେ। ଏହି ଅବସରରେ ଭାଜପାର ଜାତୀୟ ଅଧ୍ୟକ୍ଷ ଜଗତ

ପ୍ରକାଶ ନଡ୍‌ଡା, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀ ବିଜେପିର ବରିଷ୍ଠ

ନେତା, କେନ୍ଦ୍ରୀୟ ମନ୍ତ୍ରୀ, ଜାତୀୟ ପଦାଧିକାରୀ,

ନୂଆଦିଲ୍ଲୀର

ସାଂସଦ, ବିଧାୟକ, ପାର୍ଷଦ ଓ ହଜାର ହଜାର ପାର୍ଟି

କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବେ। ଏହି ସୂଚନା ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେୱା

ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବୀରେନ୍ଦ୍ର ସଚଦେୱା ଦିଲ୍ଲୀ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ କାର୍ଯ୍ୟାଳୟ ନିର୍ମାଣ

ସମ୍ପୂର୍ଣ୍ଣ ହେବାରେ ଶୁଭେଚ୍ଛା ଜଣାଇଛନ୍ତି ଓ କହିଛନ୍ତି ଯେ ୯ ଜୁନ୍ ୨୦୨୩ ରେ ଭାଜପାର ଜାତୀୟ

ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍‌ଡା ଏହି କାର୍ଯ୍ୟାଳୟର ଭୂମି ପୂଜନ କରିଥିଲେ।

ଦିଲ୍ଲୀ ଭାଜପା ଅଧ୍ୟକ୍ଷ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଆମ

କାର୍ଯ୍ୟାଳୟର ଉଦ୍‌ଘାଟନ କରିବେ, ସେହି ମୁହୂର୍ତ୍ତ ଏକ ଐତିହାସିକ

ମୁହୂର୍ତ୍ତ ହେବ। ସେ କହିଛନ୍ତି ଯେ ଭାଜପା ସ୍ଥାପନା ପରେ ପ୍ରଥମ କାର୍ଯ୍ୟାଳୟ ଅଜମେରୀ ଗେଟ୍‌ରେ

ଖୋଲାଯାଇଥିଲା, ଏବଂ କିଛି ଦିନ ରକାବଗଞ୍ଜ ରୋଡ୍‌ରେ ରହିବା ପରେ ଏହି କାର୍ଯ୍ୟାଳୟ

ପ୍ରାୟ ୩୫ ବର୍ଷ ଧରି ୧୪, ପଣ୍ଡିତ ପନ୍ତ ମାର୍ଗରୁ ଚାଲିଛି,

ଏବଂ

ଆସନ୍ତାକାଲି ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ଦଳର ନିଜସ୍ୱ ଭବନରେ ପହଁଚିବ। ଏହି ଯାତ୍ରା

ବହୁତ ସଂଘର୍ଷପୂର୍ଣ୍ଣ କିନ୍ତୁ ସୁନ୍ଦର ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande