ଭାରତ-ପାକିସ୍ତାନ ସୀମାରୁ ଦୁଇଟି ଡ୍ରୋନ ଓ ହେରୋଇନ ଜବତ କଲେ ପଂଜାବ ବିଏସଏଫ
ଚଣ୍ଡିଗଡ, 28 ସେପ୍ଟେମ୍ବର (ହି.ସ.)- ସୀମା ସୁରକ୍ଷା ବଳ (ବିଏସଏଫ) ରବିବାର ଦିନ ଭାରତ-ପାକିସ୍ତାନ ସୀମାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହେରୋଇନ ଏବଂ ଦୁଇଟି ଡ୍ରୋନ ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପଞ୍ଜାବର ସୀମାବର୍ତ୍ତୀ ଜିଲ୍ଲା ଅମୃତସର ଓ ତରନତାରନ୍‌ରେ ହୋଇଛି
ଭାରତ-ପାକିସ୍ତାନ ସୀମାରୁ ଦୁଇଟି ଡ୍ରୋନ ଓ ହେରୋଇନ ଜବତ କଲେ ପଂଜାବ ବିଏସଏଫ


ଚଣ୍ଡିଗଡ, 28 ସେପ୍ଟେମ୍ବର (ହି.ସ.)- ସୀମା ସୁରକ୍ଷା ବଳ (ବିଏସଏଫ) ରବିବାର ଦିନ

ଭାରତ-ପାକିସ୍ତାନ ସୀମାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହେରୋଇନ ଏବଂ ଦୁଇଟି ଡ୍ରୋନ ଜବତ

କରିଛି। ଏହି କାର୍ଯ୍ୟାନୁଷ୍ଠାନ ପଞ୍ଜାବର ସୀମାବର୍ତ୍ତୀ ଜିଲ୍ଲା ଅମୃତସର ଓ ତରନତାରନ୍‌ରେ

ହୋଇଛି।

ବିଏସଏଫ ମୁଖପାତ୍ରଙ୍କ ଅନୁଯାୟୀ, ତରନତାରନ୍‌ ଜିଲ୍ଲାରେ ବିଶେଷ ଗୁପ୍ତ ସୂଚନା ଅନୁସାରେ କାର୍ଯ୍ୟାନୁଷ୍ଠାନ

କରି ଯବାନମାନେ ଗାଁ ନୌଶେରା ଢଲ୍ଲା ନିକଟରେ ତଲାଶି ଅଭିଯାନ ଚଲାଇଥିଲେ। ଏହି ସମୟରେ କ୍ଷେତ

ମଧ୍ୟରୁ ଏକ ଡ୍ରୋନ ଜବତ ହୋଇଥିଲା। ଏହି ଡ୍ରୋନ ପାକିସ୍ତାନ ପକ୍ଷରୁ ପଠାଯାଇଥିବା ଏବଂ ସମ୍ଭବତଃ

ନିଶା ଦ୍ରବ୍ୟ ଫିଙ୍ଗିବା ପାଇଁ ବ୍ୟବହାର କରାଯାଉଥିବା ବୋଲି ଅନୁମାନ କରାଯାଇଛି।

ଏହାପରେ ଦ୍ୱିତୀୟ ଘଟଣାରେ, ଅମୃତସର ବୋର୍ଡରରେ ଗସ୍ତ କାଳିନ ସତର୍କ ଯବାନମାନେ

ଗାଁ ଧନୋଏ କଲାଁ ନିକଟରେ ସୀମା ପ୍ରତିରୋଧ ଘେରା ପାର ଥିବା ଏକ କ୍ଷେତରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଥିଲେ। ତଲାଶି

କରିବା ପରେ ସେଠାରୁ ଏକ ଡ୍ରୋନ ଓ ହେରୋଇନର ଏକ ପ୍ୟାକେଟ୍ ଜବତ ହୋଇଛି। ଏହି ପ୍ୟାକେଟ୍ ର ମୋଟ

ଓଜନ 558 ଗ୍ରାମ୍ ବୋଲି ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande