ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ମୂଷଳଧାରାରେ ବର୍ଷା ଯୋଗୁ ଅନେକ ଅଂଚଳ ପାଣିରେ ବୁଡିଲା, ପ୍ରଶାସନ ଆଲର୍ଟ
ମୁମ୍ବାଇ, 28 ସେପ୍ଟେମ୍ବର (ହି.ସ.) - ମହାରାଷ୍ଟ୍ରରେ ରବିବାର ଦିନ ଲଗାତାର ଦ୍ୱିତୀୟ ଦିନ ମୁସଳଧାର ବର୍ଷା ହେଉଥିବାରୁ ଅନେକ ଜିଲ୍ଲାରେ ନଦୀଗୁଡିକର ଜଳସ୍ତର ବଢ଼ିଛି ଓ ଅନେକ ଅଞ୍ଚଳ ପାଣିରେ ବୁଡ଼ିଯାଇଛି। ଜରୁରୀକାଳୀନ ପ୍ରବନ୍ଧନ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ପରେ ସଂପୃକ୍ତ
ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ମୂଷଳଧାରାରେ ବର୍ଷା ଯୋଗୁ ଅନେକ ଅଂଚଳ ପାଣିରେ     ବୁଡିଲା, ପ୍ରଶାସନ ଆଲର୍ଟ


ମୁମ୍ବାଇ, 28 ସେପ୍ଟେମ୍ବର (ହି.ସ.)

- ମହାରାଷ୍ଟ୍ରରେ ରବିବାର ଦିନ ଲଗାତାର ଦ୍ୱିତୀୟ ଦିନ ମୁସଳଧାର ବର୍ଷା ହେଉଥିବାରୁ

ଅନେକ ଜିଲ୍ଲାରେ ନଦୀଗୁଡିକର ଜଳସ୍ତର ବଢ଼ିଛି ଓ ଅନେକ ଅଞ୍ଚଳ ପାଣିରେ ବୁଡ଼ିଯାଇଛି। ଜରୁରୀକାଳୀନ

ପ୍ରବନ୍ଧନ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ପରେ ସଂପୃକ୍ତ ଜିଲ୍ଲାକୁ ଆଲର୍ଟ ମୋଡ୍‌ରେ

ରହିବାକୁ ନିର୍ଦ୍ଦେଶ ମିଳିଛି।

ଜରୁରୀକାଳୀନ ପ୍ରବନ୍ଧନ ବିଭାଗ ଆଜି ଜଣାଇଛି ଯେ ମୁମ୍ବାଇ ଓ ତାହାର ଆଖପାଖ ଅଞ୍ଚଳ ସହିତ

ମରାଠୱାଡ଼ାରେ ମୁସଳଧାର ବର୍ଷା ଜାରି ରହିଛି। ଏହାର ପରିଣାମ ସ୍ୱରୂପ,

ଜୟକୱାଡ଼ି,

ସିନା

କୋଳେଗାଁଉ, କୋୟନା ଓ ଗୋସୀଖୁର୍ଦ୍‌ ସହିତ ବଡ଼ ବନ୍ଧରୁ ପାଣି ଛାଡ଼ିବା ଆରମ୍ଭ

ହୋଇଛି, ଯାହା ଫଳରେ ଗ୍ରାମୀଣ ଅଞ୍ଚଳ ସମେତ ଅନେକ ଅଂଚଳ ପାଣିରେ ବୁଡିଯାଇଛି।

ଜଳଗ୍ରହଣ କ୍ଷେତ୍ରରେ ଲଗାତାର ବର୍ଷା ହେଉଥିବାରୁ, ଜୟକୱାଡ଼ି ବନ୍ଧରୁ

ଗୋଦାବରୀ ନଦୀରେ 1.25 ଲକ୍ଷ କ୍ୟୁସେକ୍ ପାଣି ଛଡ଼ାଯାଇଛି, ଯେଉଁଥିରେ ସିନା ନଦୀ ଉପରେ

ଥିବା ବନ୍ଧରୁ 60,000-75,000 କ୍ୟୁସେକ୍ ପାଣି ଛଡ଼ାଯାଇଛି। ଵିଦର୍ଭ ଅଞ୍ଚଳରେ ପ୍ରଶାସନ

ଗୋସୀଖୁର୍ଦ୍ ବନ୍ଧର 19ଟି ଗେଟ୍ ଖୋଲିଦେଇଛି, ଯାହା ଫଳରେ ନଦୀ କୂଳରେ

ଥିବା ଲୋକମାନଙ୍କୁ ଉଚ୍ଚ ସତର୍କତା ମଧ୍ୟରେ ରଖାଯାଇଛି।

ଏହି ବର୍ଷା ଓ ବନ୍ଧରୁ ଛଡ଼ାଯାଇଥିବା ପାଣି ପାଇଁ ନଦୀର ଜଳସ୍ତର ବେଶି ହୋଇଛି ଓ ଏହା ବିପଦ

ସୀମା ନିକଟରେ ପ୍ରବାହିତ ହେଉଛନ୍ତି। ଜଳସ୍ତର ବଢ଼ିବା ଫଳରେ ବନ୍ୟା ପାଣି କ୍ଷେତ ଓ ଘରମାନେ

ଭିତରକୁ ପଶିଯାଇଛି ଓ ଅନେକ ଗ୍ରାମବାସୀ ପାଣି ମଧ୍ୟରେ ଫସିରହିଛନ୍ତି। ସେମାନଙ୍କୁ ଏନଡିଆରଏଫ,

ଏସଡିଆରଏଫଓ

ନୌସେନା ଦ୍ୱାରା ଉଦ୍ଧାର କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande