ସମ୍ବଲପୁର, ୨୯ ସେପ୍ଟେମ୍ବର (ହି.ସ.)- ସମ୍ବଲପୁର ସହର ଭୁତାପଡା ମା' ମଙ୍ଗଳାଙ୍କ ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ପାଇଁ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ କଳସାଧିବାସ ଓ ବିଲ୍ଲ ବରନୋତ୍ସବ ତଥା ନବ ପତ୍ରିକା ଆନୟନ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଗତକାଲି ଅପରାହ୍ନ ୪ଟା ସମୟରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ I ସ୍ଥାନୀୟ ମହାନଦୀ ଘାଟରୁ ଜଳ ଆଣି ଵିଧି ମୁତାବକ ମଙ୍ଗଳାଙ୍କ ପୀଠେ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I
ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା, ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ବଂଶୀଧର ମିଶ୍ର, ପଣ୍ଡିତ ପ୍ରଣବ କୁମାର ମିଶ୍ର, ଦିଶାଙ୍କ ତ୍ରିପାଠୀ, ରାଜକୁମାର ଷଡ଼ଙ୍ଗୀ ପ୍ରମୁଖ ପୂଜା କାର୍ଯ୍ୟ କରିଥିଲେ I ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ପିତବାସ ବେହେରା, ଓମ ପ୍ରକାଶ ଦାସ, ଅସିତ ବିଶ୍ୱାଳ, ନିହାର କୁମାର ମାହାନା,ରବୀନ୍ଦ୍ର ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ସମ୍ବଲପୁର ଧୂଚୁରାପଡ଼ା ନିବାସୀ ସରୋଜ ସାହୁ ଓ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ