କରୁର, ୩୦ ସେପ୍େଟମ୍ବର (ହିସ)- ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଦଳ ତମିଲଗା ଭେତ୍ରି କଝଗମ ଟିଭିକେ ର ଏକ ରାଲିରେ ୪୧ ଜଣଙ୍କ ଜୀବନ ନେଇଥିବା ଦଳାଚକଟା ଘଟଣାରେ ସୋମବାର ଦଳର କରୁର ଜିଲ୍ଲା ସମ୍ପାଦକ ମାଥିଆଝଗନଙ୍କୁ ଗିରଫ କରାଯିବା ପରେ, ଆଉ ଜଣେ କର୍ମୀଙ୍କୁ ଗିରଫ କରାଯାଇଛି।
ପୋଲିସ ଦଳର କରୁର ନଗର ପ୍ରଭାରୀ ପୈାନରାଜଙ୍କୁ ଗିରଫ କରିଛି, ଯିଏ ଅଭିଯାନ ପାଇଁ ପତାକା ଏବଂ ପ୍ଲାକାର୍ଡ ବ୍ୟବସ୍ଥା କରିଥିଲେ। ସ୍ୱତନ୍ତ୍ର ପୋଲିସ ଟିଭିକେ ମହାସଚିବ ବସ୍ସି ଆନନ୍ଦଙ୍କୁ ମଧ୍ୟ ଖୋଜୁଛି।
---------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ