କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.)ଆଜି ଦୁର୍ଗା ପୂଜା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତ ଚୂଡାନ୍ତ ହୋଇଛି। ପୂର୍ବାହ୍ନ ୧୦, ୪୫ରୁ ନିଜ ବାସଭବନରୁ ବାହା ପୂର୍ବାହ୍ନ ୧୧. ୩୫ରେ କେନ୍ଦୁଝରର ରାଇସୁଆଁ ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ଜନ୍ମମାଟି ରାଇକଳାକୁ ଯିବେ। ସେଠାରେ ନିଜ ପରିବାର ସହ ଘରେ ପୂଜା କରିବେ। ଏହାପରେ ଝୁମ୍ପୁରା ଦୁର୍ଗା ପୂଜାକୁ ଯାଇ ମା'ଙ୍କୁ ଦର୍ଶନ କରିବା ସହ ଝୁମ୍ପୁରା ସାଇ ମନ୍ଦିର ଯିବେ। ଏହାପରେ କେନ୍ଦୁଝର ସର୍କିଟ ହାଉସକୁ ଯାଇ ବିଶ୍ରାମ ନେବା ସହ ଅପରାହ୍ନ ୪. ୪୦ମିନିଟରେ ପୁରୁଣା ବଜାର ଠାରେ ସାର୍ବଜନୀନ ଦୁର୍ଗାପୂଜାର ୭୫ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମା'ଙ୍କ ଆଶୀର୍ବାଦ ଭିକ୍ଷା କରିବେ । ୫. ୪୦ରେ ଜଗନ୍ନାଥପୁର ଦୁର୍ଗା ପୂଜା, ସନ୍ଧ୍ୟା ୬. ୨୦ରେ ରାହାସ ପଡିଆ ଡେଲି ମାର୍କେଟ ଦୁର୍ଗା ପୂଜାରେ ଯୋଗ ଦେଇ ସର୍କିଟ ହାଉସ ଫେରିବେ। ରାତି ୧୦, ୦୦ରେ ଗୁଜୁରାଟୀ ସମାଜର କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍କିଟ ହାଉସରେ ରାତ୍ରିଯାପନ କରି ବୁଧବାର ସକାଳୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA