ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ଆଜୀବନ ଜନସେବାରେ ସମର୍ପିତ ବିଜୟ କୁମାର ମାଲହୋତ୍ରାଙ୍କ ଦେହାନ୍ତରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନ କହିଛନ୍ତି, ଦିଲ୍ଲୀରେ ଭାଜପାକୁ ମଜବୁତ କରିବା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ରାସ୍ତା ଦେଖାଇବାରେ ମାଲହୋତ୍ରାଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଙ୍କର ଦେହାନ୍ତ ଦିଲ୍ଲୀ ଭାଜପା ପରିବାର ଓ ଦେଶର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି।
ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରି ପ୍ରଧାନ ପ୍ରାର୍ଥନା କରିଛନ୍ତି ଯେ, ଭଗବାନ୍ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ