ନିଖୋଜ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଗଞ୍ଜାମ, ୩୦ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଂଚଳରୁ ଗତ ୩ ଦିନ ହେଲା ନିଖୋଜ ଥିବା ଜଣେ ନାବାଳକଙ୍କ ଗଳିତ ମୃତଦେହ ଆଜି ଉଦ୍ଧାର ହୋଇଛି । ଖଣ୍ଡରାବଳୀ ଗାଁ ନିକଟ କାଜୁ ଜଙ୍ଗଲରୁ ସମ୍ପୃକ୍ତ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଶବ ଜବତ କରିବା ସହ ଏନେଇ ତନାଘନା ଚଳାଇଛି
ନିଖୋଜ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ


ଗଞ୍ଜାମ, ୩୦ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଂଚଳରୁ ଗତ ୩ ଦିନ ହେଲା ନିଖୋଜ ଥିବା ଜଣେ ନାବାଳକଙ୍କ ଗଳିତ ମୃତଦେହ ଆଜି ଉଦ୍ଧାର ହୋଇଛି । ଖଣ୍ଡରାବଳୀ ଗାଁ ନିକଟ କାଜୁ ଜଙ୍ଗଲରୁ ସମ୍ପୃକ୍ତ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଶବ ଜବତ କରିବା ସହ ଏନେଇ ତନାଘନା ଚଳାଇଛି । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ନାବାଳକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ସୂଚନା ଅନୁଯାୟୀ, ମୃତ ନାବାଳକ ଜଣକ ହେଲେ ବାବୁ ବିଷୋୟୀଙ୍କ ୧୪ ବର୍ଷର ପୁଅ ଅମର ବିଷୋୟୀ । ସେ ୨୮ ତାରିଖ ଅପରାହ୍ନରୁ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ । ଏନେଇ ଗାଙ୍ଗପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଆଜି ସକାଳୁ ତାଙ୍କ ଗଳିତ ମୃତଦେହ ଖଣ୍ଡରାବଳୀ-ରାମନାପଲ୍ଲୀ ରାସ୍ତା କଡ଼ରୁ ମିଳିଛି । ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତକଙ୍କ ଶବ ଜବତ କରିଛି । ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଛି ।

ସୂଚନା ଅନୁସାରେ, ମୃତକ ଅମର ନିକଟସ୍ଥ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande