ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)
- ଗୁରୁ ଦିବସରେ ସମସ୍ତ ଗୁରୁଙ୍କୁ ନମନ କରିଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ଏହି ଅବସରର ସେ ଗୁରୁଙ୍କ ଆଶୀର୍ବାଦ ଜୀବନରେ ଶ୍ରେଷ୍ଠ ବୋଲି କହିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଜୀବନକୁ ସରସ ଓ ସୁନ୍ଦର କରି ଗଢ଼ି
ତୋଳନ୍ତି ଗୁରୁ। ଗୁରୁଙ୍କ ଆଶୀର୍ବାଦ ଜୀବନରେ ଶ୍ରେଷ୍ଠ। ପବିତ୍ର ଗୁରୁ ଦିବସରେ ଆଦର୍ଶ ଗୁରୁ
ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି
ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା