ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ
ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.) ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଏଥି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି
ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ


ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.) ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଏଥି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ପୁରାତନ ଅତିଥି ଭବନରେ ୨୩ଟି ରୁମ୍‌ ଥିବାବେଳେ ଏବେ ସ୍ଥାନାଭାବର ସମସ୍ୟା ଦେଖାଦେଉଛି । ଏଥିପାଇଁ ୩ କୋଟି ୮ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ବ୍ୟୟରେ ସମ୍ପ୍ରସାରିତ ଅଟ୍ଟାଳିକାର କାର୍ଯ୍ୟ ଆରମ୍ଭ ହେବ । ଏହି ତିନିମହଲାବିଶିଷ୍ଟ ଅଟ୍ଟାଳିକାରେ ମୋଟ ୧୬ଟି ରୁମ୍‌ ନିର୍ମାଣ ହେବାକୁ ଥିବାବେଳେ ଏହିସବୁ ବିଲ୍‌ଡିଂ ଲିଫଫ ଦ୍ୱାରା ସଂଯୁକ୍ତ ହେବ । ମୋଟ ୯ ହଜାର ବର୍ଗଫୁଟରୁ ଊଦ୍ଧ୍ୱର୍ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାକୁ ଥିବାବେଳେ ଆଗାମୀ ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଏହା ଦ୍ୱାରା ସମୁଦାୟ ରୁମ୍‌ ସଂଖ୍ୟା ୩୯କୁ ବୃଦ୍ଧି ପାଇବ । ଅନ୍ୟ ପକ୍ଷରେ ବିଧାନସଭାର ଓଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ନୂତନ ଅତିଥି ଭବନରେ ୧୮ଟି ରୁମ୍‌ ରହିଥିବାବେଳେ ନୂଆ ଓ ପୁରୁଣାକୁ ମିଶାଇ ରୁମ୍‌ ସଂଖ୍ୟା ୫୭ ହେବ ।

ଏହି ଅତିଥି ଭବନ ପାଇଁ ଏବେ ଅନ୍‌ଲାଇନ୍‌ର ବୁକିଂର ସୁବିଧା କରାଯିବା ସହ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ଆହୁରି ସମନ୍ୱିତ ହେବ । ଏହା ଦ୍ୱାରା ଏହିସବୁ ଅତିଥି ଭବନରେ ରହଣି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଓ ଆରାମଦାୟକ ହୋଇପାରିବ । ଏହା ଦ୍ୱାରା ଭୁବନେଶ୍ୱରକୁ ଆସୁଥିବା ପୂର୍ବତନ ବିଧାୟକମାନେ ସୁବିଧାରେ ଏହି ଅତିଥି ଭବନରେ ରହିପାରିବେ । ଏହି କାର୍ଯ୍ୟକ୍ରମରେ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande