ମହିଳା ଆଇପିଏସ ଅଧିକାରୀଙ୍କ ସହ ଅଜିତ ପାୱାରଙ୍କ ଯୁକ୍ତିକୁ କ୍ଷମତାର ଅହଂକାର ବୋଲି କହିଲା କଂଗ୍ରେସ
ନୂଆଦିଲ୍ଲୀ, ୬ ସେପ୍ଟେମ୍ବର (ହି.ସ.)- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ରାଜ୍ୟର ଜଣେ ମହିଳା ଆଇପିଏସ ଅଧିକାରୀଙ୍କ ସହ ଫୋନରେ ହୋଇଥିବା ଯୁକ୍ତିତର୍କକୁ କ୍ଷମତାର ଅହଂକାର ବୋଲି କହିଛି କଂଗ୍ରେସ । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳ ଶନିବାର ଏକ ପୋଷ୍ଟରେ କହିଛନ୍ତି ଯେ, ଅବ
ମହିଳା ଆଇପିଏସ ଅଧିକାରୀଙ୍କ ସହ ଅଜିତ ପାୱାରଙ୍କ ଯୁକ୍ତିକୁ କ୍ଷମତାର ଅହଂକାର ବୋଲି କହିଲା କଂଗ୍ରେସ


ନୂଆଦିଲ୍ଲୀ, ୬ ସେପ୍ଟେମ୍ବର (ହି.ସ.)- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ରାଜ୍ୟର ଜଣେ ମହିଳା ଆଇପିଏସ ଅଧିକାରୀଙ୍କ ସହ ଫୋନରେ ହୋଇଥିବା ଯୁକ୍ତିତର୍କକୁ କ୍ଷମତାର ଅହଂକାର ବୋଲି କହିଛି କଂଗ୍ରେସ ।

କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳ ଶନିବାର ଏକ ପୋଷ୍ଟରେ କହିଛନ୍ତି ଯେ, ଅବୈଧ ବାଲି ଖଣି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଆଇପିଏସ ଅଧିକାରୀ ଅଞ୍ଜନା କୃଷ୍ଣାଙ୍କ ସହ ଅଜିତ ପାୱାର ଯେଉଁ ଅହଂକାରୀ ସ୍ୱରରେ କଥା ହୋଇଥିଲେ, ତାହା ଶାସକ ଦଳର ନେତାଙ୍କ ଅହଂକାରକୁ ପ୍ରତିଫଳିତ କରେ । ଏହି ଘଟଣା ଉପର ସ୍ତରରେ ବିଦ୍ୟମାନ ଅହଂକାରୀ ସଂସ୍କୃତି କିପରି ନିମ୍ନ ସ୍ତରକୁ ପହଂଚେ ତାହାର ଏକ ସ୍ପଷ୍ଟ ଉଦାହରଣ । ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଧିକାରୀଙ୍କୁ ପ୍ରଶଂସା କରିବା ପରିବର୍ତେ, ଉପମୁଖ୍ୟମନ୍ତ୍ରୀ ପାୱାର ତାଙ୍କୁ ଭର୍ତ୍ସନା କରିଥିଲେ ଏବଂ ତାଙ୍କ ପ୍ରୟାସକୁ ବାଧା ଦେବାକୁ ଚେଷ୍ଟା କରିଥିଲେ । ଭେଣୁଗୋପାଳ ପାୱାରଙ୍କ ପରବର୍ତୀ ବ୍ୟାଖ୍ୟାକୁ କେବଳ ପ୍ରତିରକ୍ଷା ପ୍ରୟାସ ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ, ପାୱାର ତାଙ୍କ ଅଭଦ୍ର ଏବଂ ଅନୁପଯୁକ୍ତ ଆଚରଣ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିନାହାଁନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande