ଭାରତୀୟ ଜନତା ପାର୍ଟି ସେବା ପକ୍ଷ ରେ ଜିଲ୍ଲାସ୍ତରୀୟ କର୍ମ ଶାଳା
ବଲାଙ୍ଗିର, 8 ସେପ୍ଟେମ୍ବର (ହି.ସ.) ଭାରତୀୟ ଜନତା ପାର୍ଟି ତରଫରୁ ସେବା ପକ୍ଷ ରେ ଜିଲ୍ଲାସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଥରଚେପା ବିଜେପି କାର୍ଯ୍ୟାଳୟ ଠାରେ ସେବାପକ୍ଷ କାର୍ଯ୍ୟକ୍ରମ ରେ ଆସନ୍ତା 17.ସେପ୍ଟେମ୍ବର ରୁ 2.ଅକ୍ଟୋବର ପର୍ଯ୍ୟନ୍ତ ଏହି ସେବାପକ୍ଷ କାର୍ଯ୍ୟକ୍ରମ ଚା
ଭାରତୀୟ ଜନତା ପାର୍ଟି ସେବା ପକ୍ଷ ରେ  ଜିଲ୍ଲାସ୍ତରୀୟ କର୍ମ ଶାଳା


ବଲାଙ୍ଗିର, 8 ସେପ୍ଟେମ୍ବର (ହି.ସ.)

ଭାରତୀୟ ଜନତା ପାର୍ଟି ତରଫରୁ ସେବା ପକ୍ଷ ରେ ଜିଲ୍ଲାସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଥରଚେପା ବିଜେପି କାର୍ଯ୍ୟାଳୟ ଠାରେ ସେବାପକ୍ଷ କାର୍ଯ୍ୟକ୍ରମ ରେ ଆସନ୍ତା 17.ସେପ୍ଟେମ୍ବର ରୁ 2.ଅକ୍ଟୋବର ପର୍ଯ୍ୟନ୍ତ ଏହି ସେବାପକ୍ଷ କାର୍ଯ୍ୟକ୍ରମ ଚାଲିବ.ଆସନ୍ତା 17 ସେପ୍ଟେମ୍ବର ରୁ ସ୍ୱଚ୍ଛତା ଅଭିଯାନ. ରକ୍ତଦାନ ଶିବିର. ସ୍ୱାସ୍ଥ୍ୟ ଶିବିର. ପ୍ରଧାନମନ୍ତ୍ରୀ ଙ୍କ ଜୀବନୀ ଉପରେ ଡକ୍ୟୁମେଣ୍ଟାରୀ ଫିଲିମ. ଏହି ସେବା ପକ୍ଷ. କାର୍ଯ୍ୟକ୍ରମ ରେ ସାମିଲହେବ.

ଏହି ସେବା ପକ୍ଷ ପ୍ରସ୍ତୁତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା. ମଞ୍ଚରେ ଉପସ୍ଥିତ ଅତିଥି ଗଣମଧ୍ୟରେ ମୁଖ୍ୟ ଅତିଥି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ସରୋଜ କର. ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା. ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀମୁକେଶ ମହାଲିଙ୍ଗ. ବଲାଙ୍ଗିର ବିଧାନସଭା ପ୍ରାର୍ଥ ଶ୍ରୀ ଗୋପାଳଜୀ ପାଣିଗ୍ରାହୀ.ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀ. ଏହିକାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ପ୍ରଶାନ୍ତ ଷଡ଼ଙ୍ଗୀ. ଏବଂ ଶ୍ରୀ ପ୍ରଶାନ୍ତ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ.ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା ର ସମସ୍ତ ମଣ୍ଡଳ ର ସଭାପତି ମାନେ ଓ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ.ମହିଳା ମୋର୍ଚ୍ଚା ର ସମସ୍ତ କାର୍ଯ୍ୟକର୍ତା ଓ ଯୁବ ମୋର୍ଚ୍ଚା ର ସଭାପତି ଓ କାର୍ଯ୍ୟକର୍ତା ଗଣ ପସ୍ଥିତ ଥିଲେ.।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande