ଗଞାମ, ୮ ସେପ୍ଟେମ୍ବର (ହି.ସ.)- ଆଜି ସକାଳୁ ଵ୍ରହ୍ମପୁର ସହରରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଜବରଦଖଲ ଉଛେଦ ଆରମ୍ଭ ହୋଇଛି। ରାସ୍ତା କଡ଼ରେ ଥିବା ଟାଟାଵେଞ୍ଜେ ଠାରୁ କମାପଲ୍ଲୀ ଯାଏ ଶତାଧିକ ଦୋକାନ ଉଛେଦ କରାଯାଇଛି। ଶାନ୍ତି ଶୃଙ୍ଖଳା ସହ ଏହି ଉଛେଦ କାର୍ଯ୍ଯ ହେଉଥିବା ବେଳେ ଉଛେଦ ହୋଇଥିବା ଦୋକାନୀମାନେ ସେମାନଙ୍କ କାର୍ଯ୍ୟ ଧନ୍ଦା ହରାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ