ସଂଘର ସରକାର୍ଯ୍ୟ ବାହ ହୋସବାଲେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା
ଯୋଧପୁର, ୮ ସେପ୍େଟମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟ ବାହ ଦତାତ୍ରେୟ ହୋସବାଲେଙ୍କ ସ୍ୱାସ୍ଥ୍ୟାବସ୍ଥା ସୋମବାର ଅପରାହ୍ନରେ ହଠାତ୍ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଏଠାରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)କୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ
ସଂଘର ସରକାର୍ଯ୍ୟ ବାହ ହୋସବାଲେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା


ଯୋଧପୁର, ୮ ସେପ୍େଟମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟ ବାହ ଦତାତ୍ରେୟ ହୋସବାଲେଙ୍କ ସ୍ୱାସ୍ଥ୍ୟାବସ୍ଥା ସୋମବାର ଅପରାହ୍ନରେ ହଠାତ୍ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଏଠାରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)କୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରିଥିଲେ। ଏବେ ତାଙ୍କ ଅବସ୍ଥା ସ୍ୱାଭାବିକ ଏବଂ ସେ ସୁସ୍ଥ ଅଛନ୍ତି।

ସଂଘର ଅଖିଳ ଭାରତୀୟ ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର ଏକ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ସଂଘର ସରକାର୍ଯ୍ୟ ବାହ ଦତାତ୍ରେୟ ହୋସବଲେ ସମ୍ପୂର୍ଣ୍ଣ ସୁସ୍ଥ। ଆଜି ଅପରାହ୍ନରେ, ସେ ଟିକିଏ ଅସ୍ୱାଭାବିକ ଅନୁଭବ କରିଥିଲେ ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯୋଧପୁର ହସ୍ପିଟାଲକୁ ଯାଇଥିଲେ। ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ଯେ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ୫ ରୁ ୭ ସେପ୍େଟମ୍ବର ପର୍ଯ୍ୟନ୍ତ ଯୋଧପୁରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସରସଂଙ୍ଘ ଚାଳକ ମୁଖ୍ୟ ଡକ୍ଟର ମୋହନ ଭାଗବତ ଏବଂ ଦତାତ୍ରେୟ ହୋସବାଲେଙ୍କ ସମେତ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ, ଉଭୟ ଅଧିକାରୀ ଯୋଧପୁରରେ ରହିଥିଲେ।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande