ବିଜେପିର ମହାମିଶ୍ରଣ ପର୍ବ ୧୦ରେ : ୧୫ ହଜାରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଓ ନେତା ହେବେ ସାମିଲ
ଧର୍ମଶାଳା, ୦୮ ସେପ୍ଟେମ୍ବର(ହି.ସ.) – ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେପିର ଦବଦବା ବଢ଼ୁଥିବାବେଳେ ବିଜେଡି ସଫା ହେବାକୁ ଯାଉଛି। ଗତ ସାଧାରଣ ନିର୍ବାଚନରେ ଏଠାରେ ବିଜେଡିର ପୁର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଧାୟକ ହିମାଂଶୁ ଶେଖହର ସାହୁଙ୍କ
ବିଜେପିର ମହାମିଶ୍ରଣ ପର୍ବ ୧୦ରେ : ୧୫ ହଜାରୁ ଉର୍ଦ୍ଧ ବିଜେଡି କର୍ମୀ ଓ ନେତା ହେବେ ସାମିଲ


ଧର୍ମଶାଳା, ୦୮ ସେପ୍ଟେମ୍ବର(ହି.ସ.) – ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେପିର ଦବଦବା ବଢ଼ୁଥିବାବେଳେ ବିଜେଡି ସଫା ହେବାକୁ ଯାଉଛି। ଗତ ସାଧାରଣ ନିର୍ବାଚନରେ ଏଠାରେ ବିଜେଡିର ପୁର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଧାୟକ ହିମାଂଶୁ ଶେଖହର ସାହୁଙ୍କ ଠାରୁ ୪ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ ହେବା ପରଠାରୁ ଏଠାରେ ବିଜେଡିର ଦୁର୍ଗ ଦିନକୁ ଦିନ ଭୁଷୁଡିବା ଆରମ୍ଭ ହୋଇଥିଲା। ବିଧାୟକ ଭାବେ ହିମାଂଶୁ ବିଜୟୀ ହେବା ପରେ ବିଜେଡିର ଅନେକ ଛାମୁଆ କର୍ମୀ, ସରପଂଚ ଓ ସମିତି ସଭ୍ୟ ବିଜେପିରେ ଯୋଗଦେଇଥିଲେ। ବିଜୟୀ ହେବା ପରେ ଲଗାତାର ଭାବେ ବିଜେଡିର କର୍ମୀମାନେ ବିଧାୟକ ଶ୍ରୀ ସାହୁଙ୍କ ପ୍ରତି ଆସ୍ଥା ଭାଜନ ହୋଇ ବିଜେପିରେ ସାମିଲ ହେଲେ। ହେଲେ ଏହି ମିଶ୍ରଣ ପ୍ରକ୍ରିୟା ଗତ ୬ ମାସ ହେଲା ବନ୍ଦ ରହିଥିବାବେଳେ ଏବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ମହୋତ୍ସବ ପଡିଆରେ ବିଜେପିର ଏକ ବଡଧରଣର ମିଶ୍ରଣ ପର୍ବ ଆସନ୍ତା ୧୦ ତାରିଖରେ ହେବାକୁ ଯାଉଛି। ଯୋଉଁଥିରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସମେତ ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବିଜେଡିର ଛାମୁଆ ସଙ୍ଗଠକ , ସରପଂଚ ଓ ସମିତିସଭ୍ୟ ସମେତ ୧୫ ହଜାରରୁ ଉର୍ଦ୍ଧ ବିଜେଡି କର୍ମୀ ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ବିଧାୟକ ହିମାଂଶୁ ଶେଖହର ସାହୁ,ବିଧାୟକ ଅମର କୁମାର ନାୟକ, ବିଧାୟକ ଆକାଶ ଦାସନାୟକ ଓ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମେତ ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ, ପୂର୍ବତନ ସଭାପତି ଗୌତମ ରାୟ ଓ ଜିଲ୍ଲାସ୍ତରୀୟ ବିଜେପି ନେତୃମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ୩୦ ହଜାରରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ସମସ୍ତଙ୍କ ବସିବା ଲାଗି ୩ ଗୋଟି ବଡ ଟେଂଟର ବ୍ୟବସ୍ଥା କରାଯାଇଛି। ଅଜି ଜାରକା ବଜାର ସାରା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଧର୍ମଶାଳା ବିଧାୟକଙ୍କ ଫଟୋ ବ୍ୟାନର ଚରିଆଡେ ଲଗାଯାଇ ଜାରକା ଅଂଚଳକୁ ଗେରୁଆମୟ କରିଦିଆଯାଇଛି। ଆସନ୍ତା ୧୦ ତାରିଖରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଗେରୁଆମୟ ହେବାକୁ ଯାଉଥିବା ବେଳେ ବିଜେଡି ଏଠାରେ ଲୋପପାଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅଗାମୀ ୧୦ ତାରିଖରେ ହେବାକୁଥିବା ଏହି କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀ ସାହୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିବା ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande