ନୂଆଦିଲ୍ଲୀ, 8 ସେପ୍ଟେମ୍ବର (ହି.ସ.)- ଭାରତ ରତ୍ନ
ଭୂପେନ ହଜାରିକାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,
ମହାନ ସଙ୍ଗୀତଜ୍ଞ, କବି ଓ ଚିନ୍ତକ 'ଭାରତ ରତ୍ନ' ଡ଼.
ଭୂପେନ ହଜାରିକାଙ୍କ ଜୟନ୍ତୀରେ ମୁଁ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି। ଭୂପେନ ହଜାରିକା
ତାଙ୍କର ଅଦ୍ୱିତୀୟ ସୃଜନଶୀଳତା ଦ୍ୱାରା ଅସମୀୟା ଲୋକଧାରାକୁ ବିଶ୍ୱମଞ୍ଚରେ ପ୍ରତିଷ୍ଠା କରିଥିଲେ
ଓ ସଙ୍ଗୀତକୁ ସମାଜ ଜାଗୃତିର ଏକ ଶକ୍ତିଶାଳୀ ମାଧ୍ୟମ କରିଥିଲେ। ତାଙ୍କର ଗୀତରେ କରୁଣା, ଏକତା ଓ ମାନବତାର ଗୁଞ୍ଜନ ଆଜି ବି ସେତିକି ପ୍ରାସଙ୍ଗିକ ହେଇ ରହିଛି ।
ଭୂପେନ ହଜାରିକାଙ୍କ ଅମର ଐତିହ୍ୟ ଆମକୁ ସର୍ବଦା ବୁଝାଏ ଯେ କଳା କେବଳ ମନୋରଞ୍ଜନ ନୁହେଁ, ବରଂ ସମାଜକୁ ଏକତାରେ ବାନ୍ଧିବା ଏବଂ ଏକ ନୂଆ ଦିଗଦର୍ଶନ ଦେବାର ଏକ
ପ୍ରେରଣାଦାୟକ ଶକ୍ତି ମଧ୍ୟ ଅଟେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା