ସେପ୍ଟେମ୍ବର 11ରେ ବାରଣାସୀରେ ମରିସସର ପିଏମଙ୍କ ସହ ଦ୍ୱିପକ୍ଷିକ ଆଲୋଚନା କରିବେ ପିଏମ ମୋଦି
ବାରଣାସୀ, 8 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 11ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀରେ ମରିସସର ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୋଲାମଙ୍କ ସହିତ ନଦେସର ସ୍ଥିତ ଗୋଟିଏ ତାରକା ହୋଟେଲରେ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେବେ। ବି
ସେପ୍ଟେମ୍ବର 11ରେ     ବାରଣାସୀରେ ମରିସସର ପିଏମଙ୍କ ସହ ଦ୍ୱିପକ୍ଷିକ ଆଲୋଚନା କରିବେ ପିଏମ ମୋଦି


ବାରଣାସୀ, 8 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ସେପ୍ଟେମ୍ବର 11ରେ ତାଙ୍କର

ସଂସଦୀୟ କ୍ଷେତ୍ର ବାରାଣସୀରେ ମରିସସର ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୋଲାମଙ୍କ ସହିତ ନଦେସର

ସ୍ଥିତ ଗୋଟିଏ ତାରକା ହୋଟେଲରେ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେବେ। ବିଶ୍ୱ ରାଜନୈତିକ

ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି।

ଜିଲ୍ଲା ପ୍ରଶାସନ

ଅଧିକାରୀଙ୍କ ଅନୁସାରେ ମରିସସର ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୋଲାମ ବର୍ତ୍ତମାନ ତିନି

ଦିନିଆ ଗସ୍ତରେ କାଶୀ ଆସିବେ। ସେ 10 ସେପ୍ଟେମ୍ବର ସଂଧ୍ୟାରେ କାଶୀରେ ପହଞ୍ଚିବେ, ସେପ୍ଟେମ୍ବର 11ରେ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ ଓ

ସଂଧ୍ୟା ବେଳେ ଗଙ୍ଗା ଆରତି ଦେଖିବେ। 12 ସେପ୍ଟେମ୍ବର ସକାଳେ ଶ୍ରୀ କାଶୀ ବିଶ୍ୱନାଥଙ୍କ ଦର୍ଶନ

କରି ବାରାଣସୀରୁ ବିଦାୟ ନେବେ।

ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର 11 ଦ୍ୱିପ୍ରହରରେ ବାରାଣସୀରେ ପହଞ୍ଚିବେ।

ତାଙ୍କର ଗସ୍ତ ପ୍ରାୟ ଦେଢ ଘଣ୍ଟିଆ ହେବ। ସେ ଦ୍ୱିପ୍ରହର 12ଟାରେ ବାବତପୁର ବିମାନବନ୍ଦରରେ

ପହଞ୍ଚିବେ ଓ ତାହାଠାରୁ ବାୟୁସେନା ହେଲିକପ୍ଟର ମାଧ୍ୟମରେ ପୋଲିସ ଲାଇନ୍‌ସକୁ ଯିବେ। ପୋଲିସ

ଲାଇନ୍‌ସରୁ ଦୃଢ଼ ସୁରକ୍ଷା ମଧ୍ୟମରେ ସଡ଼କ ପଥରେ ହୋଇ ସିଧାସଳଖ ନଦେସର ସ୍ଥିତ ତାଜ୍‌ ହୋଟେଲକୁ

ଯିବେ। ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ 1.30ଟାରେ ଦିଲ୍ଲୀ ପାଇଁ ପୁଣି ପ୍ରସ୍ଥାନ କରିବାର

ସମ୍ଭାବନା ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande