
ନୂଆଦିଲ୍ଲୀ, 10 ଜାନୁଆରି (ହି.ସ.)- ଜାତୀୟ ଯୁବ
ଦିବସର ଅବସରରେ, ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି 12 ଜାନୁଆରୀ ସନ୍ଧ୍ୟାରେ ଏଠାରେ ଭାରତ ମଣ୍ଡପମ୍ରେ ଆୟୋଜିତ ବିକଶିତ ଭାରତ ଯୁବ
ନେତୃତ୍ୱ ସମ୍ବାଦର ସମାପନ ଅଧିବେଶନରେ ଅଂଶଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ
ଅନୁସାରେ, ଏହି ଅବସରରେ
ପ୍ରଧାନମନ୍ତ୍ରୀ ଦେଶର ସମଗ୍ର ଅଞ୍ଚଳରୁ ଆସିଥିବା ପ୍ରାୟ 3,000 ଯୁବକ-ଯୁବତୀଙ୍କ ସହ ସଂବାଦ
କରିବେ। କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ପ୍ରବାସୀ ସମୁଦାୟଙ୍କ ପକ୍ଷରୁ ଯୁବ ପ୍ରତିନିଧିମାନେ
ମଧ୍ୟ ଅଂଶ ନେବେ। ଚୟନିତ ଅଂଶଗ୍ରହୀମାନେ ଜାତୀୟ ଗୁରୁତ୍ୱର ପ୍ରମୁଖ କ୍ଷେତ୍ରସମୂହ ସହ ସମ୍ପୃକ୍ତ 10ଟି ବିଷୟଭିତ୍ତିକ ଟ୍ରାକ୍ରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ
ତାଙ୍କର ଅନ୍ତିମ ପ୍ରସ୍ତୁତି ରଖିବେ ଏବଂ ଯୁବ ନେତୃତ୍ୱ ଆଧାରିତ ପ୍ରସ୍ତାବ ଓ ବିଚାର ବାଂଟିବେ।
ପ୍ରଧାନମନ୍ତ୍ରୀ ଏହି
କାର୍ଯ୍ୟକ୍ରମ ଅବଧିରେ ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦର ନିବନ୍ଧ ସଂଗ୍ରହ ପୁସ୍ତିକାର ମଧ୍ୟ ଲୋକାର୍ପଣ କରିବେ। ଏହି ସଙ୍ଗ୍ରହରେ ଭାରତର
ବିକାଶ ପ୍ରାଥମିକତା ଏବଂ ଦୀର୍ଘକାଳୀନ ରାଷ୍ଟ୍ର
ଗଠନ ଲକ୍ଷ୍ୟ ସମ୍ପର୍କରେ ଯୁବମାନେ ଲେଖିଥିବା ଚୟନିତ ନିବନ୍ଧଗୁଡ଼ିକ ସମିଲିତ ଅଛି।
ଉଲ୍ଲେଖନୀୟ ଯେ,
ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦର ଏହା ଦ୍ୱିତୀୟ ସଂସ୍କରଣ,
ଯାହା ଦେଶର ଯୁବପିଢ଼ି ଓ ଜାତୀୟ ନେତୃତ୍ୱ ମଧ୍ୟରେ ସଂରଚିତ ସଂବାଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଅଟେ। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଆହ୍ୱାନର ଅନୁକୂଳ,
ଯେଉଁଥିରେ ରାଜନୀତିରୁ ବାହାରେ ଥିବା ଏକ ଲକ୍ଷ
ଯୁବକ-ଯୁବତୀଙ୍କୁ ରାଜନୀତି ସହ ଯୋଡ଼ିବା ଏବଂ ବିକଶିତ ଭାରତ ପାଇଁ ତାଙ୍କର ବିଚାର ପ୍ରସ୍ତୁତ
କରିବାକୁ ଜାତୀୟ ମଞ୍ଚ ପ୍ରଦାନ କରିବାର କଥା କୁହାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା