
ଭୁବନେଶ୍ୱର, 10 ଜାନୁଆରି (ହି.ସ.)- ଗୁଜରାଟ ସୋମନାଥ
ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି। ଏହି ଅବସରରେ ସୋମନାଥ
ସ୍ୱାଭିମାନ ପର୍ବପାଳନ କରାଯାଉଛି । ସୋମନାଥ ସ୍ୱାଭିମାନ ପର୍ବକୁ ଭବ୍ୟ ଭାବରେ ପାଳନ କରିବା ସହ ସମସ୍ତ
ଶୈବପୀଠରେ ପୂଜାର୍ଚ୍ଚନା ଏବଂ ଦୀପ ପ୍ରଜ୍ଜ୍ୱଳନ କରାଯାଉଥିବା ବେଳେ ବର୍ତମାନ ଲିଙ୍ଗରାଜ
ମନ୍ଦିରରେ କରାଯିବ ୧୦୦୦ ଦୀପ ପ୍ରଜ୍ଜଳନ। ଏଥିରେ ଯୋଗଦେବେ ବିଜେପି ରାଜ୍ୟ ସଭାପତି ମନମୋହନ
ସାମଲ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା