
ମାଲକାନଗିରି, ୨୦ ଜାନୁଆରୀ (ହି.ସ.)- ମଙ୍ଗଳବାର ଦିନ ଜିଲ୍ଲା ପରିଷଦର ନୂତନ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାଶରଥି ସରାବୋ ଯୋଗଦାନ କରିଛନ୍ତି। ସେ ୨୦୦୬ ବ୍ୟାଚ ର ଓଏଏସ। ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପଦପଦବୀରେ ରହି ସେ ସୁଚାରୁ ରୂପେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ମାଲକାନଗିରି ଜିଲ୍ଲା ଉପରେ ଭଲ ଅଭିଜ୍ଞତା ଅଛି। ତେଣୁ ଜିଲ୍ଲାର ଭଲ ଉନ୍ନତି ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଆଜି କାର୍ଯ୍ୟରେ ଯୋଗଦାନ ପରେ ବିଭିନ୍ନ ଅନୁଷ୍ଠାନ, କର୍ମଚାରୀ ସଂଘ, ସାମ୍ବାଦିକ ସଂଘ, ଓକିଲ ସଂଘ ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ