ମହାରାଷ୍ଟ୍ରର ଦାଭୋସରେ ଏକ ଲକ୍ଷ କୋଟିର ଏମଓୟୁ ସ୍ୱାକ୍ଷରିତ
ମୁମ୍ବାଇ, 21 ଜାନୁଆରି (ହି.ସ.)- ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ କହିଛନ୍ତି ଯେ ଦାଭୋସରେ ୧ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ବୁଝାପତ୍ର (ଏମଓୟୁ) ସ୍ୱାକ୍ଷର ହୋଇଛି। ଏହା ତୃତୀୟ ମୁମ୍ବାଇ, ବିଶେଷକରି ରାୟଗଡ଼–ପେନ୍ ଗ୍ରୋଥ ସେଣ୍ଟର ଅଞ୍ଚଳର ବିକାଶକୁ ସାହାଯ୍ୟ କରିବ ଏବଂ
ଦେବେନ୍ଦ୍ର ଫଡଣଭିସ


ମୁମ୍ବାଇ, 21 ଜାନୁଆରି (ହି.ସ.)- ମୁଖ୍ୟମନ୍ତ୍ରୀ

ଦେବେନ୍ଦ୍ର ଫଡଣଭିସ କହିଛନ୍ତି ଯେ ଦାଭୋସରେ ୧ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ବୁଝାପତ୍ର

(ଏମଓୟୁ) ସ୍ୱାକ୍ଷର ହୋଇଛି। ଏହା ତୃତୀୟ ମୁମ୍ବାଇ, ବିଶେଷକରି ରାୟଗଡ଼–ପେନ୍ ଗ୍ରୋଥ ସେଣ୍ଟର ଅଞ୍ଚଳର ବିକାଶକୁ ସାହାଯ୍ୟ କରିବ ଏବଂ

ଲକ୍ଷାଧିକ ଚାକିରି ସୃଷ୍ଟି କରିବ।

ମୁଖ୍ୟମନ୍ତ୍ରୀ ସଚିବାଳୟ

ଅନୁଯାୟୀ,

ସ୍ୱିଜରଲ୍ୟାଣ୍ଡର ଦାଭୋସରେ ଚାଲୁଥିବା ୱର୍ଲ୍ଡ ଇକୋନୋମିକ୍ ଫୋରମରେ

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସଙ୍କ ନେତୃତ୍ୱରେ ମହାରାଷ୍ଟ୍ରର ଏକ ପ୍ରତିନିଧିମଣ୍ଡଳ ରାୟଗଡ଼–ପେନ୍ ଗ୍ରୋଥ ସେଣ୍ଟର ଗଢ଼ିବା ପ୍ରସ୍ତାବ ରଖିଥିଲା। ଏହି ପ୍ରକଳ୍ପ

ପାଇଁ ଦାଭୋସରେ ଗୁରୁତ୍ୱପୂର୍ଣ୍ଣ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ମୁଖ୍ୟମନ୍ତ୍ରୀ ଫଡଣଭିସ

କହିଛନ୍ତି ଯେ ଏହା ମାଧ୍ୟମରେ ମହାରାଷ୍ଟ୍ରରେ କେବଳ ନିବେଶ ନୁହେଁ, ଆଧୁନିକ ପ୍ରଯୁକ୍ତି ଓ ଜ୍ଞାନ ମଧ୍ୟ ଭାରତକୁ ଆସିବ। ଦାଭୋସରେ

ହୋଇଥିବା ଏମଓୟୁ ଦ୍ୱାରା ଆଗାମୀ ଦିନରେ ମହାରାଷ୍ଟ୍ରରେ ବଡ଼ ପରିମାଣରେ ଶିଳ୍ପ ସ୍ଥାପନ

କରିପାରିବା ସମ୍ଭବ ହେବ।

ସେ ଆହୁରି କହିଛନ୍ତି ଯେ

ଦାଭୋସରେ ଅର୍ବନ ପ୍ଲାନିଂ ସମ୍ପର୍କରେ ମହାରାଷ୍ଟ୍ର ସରକାର କରିଥିବା ଚୁକ୍ତିଗୁଡ଼ିକ ଆମର ନଗର

ପରିକଳ୍ପନା କ୍ଷମତାକୁ ବଢ଼ାଇବ। ସେହି ସହ, ଏହି ନିବେଶ ଆଗାମୀ ଦିନରେ ମହାରାଷ୍ଟ୍ରରେ ଯୋଗାଯୋଗ ବ୍ୟବସ୍ଥାକୁ

ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିବ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର

ଫଡଣଭିସ ଜଣାଇଛନ୍ତି ଯେ ରାୟଗଡ଼–ପେନ୍ ଗ୍ରୋଥ ସେଣ୍ଟର ପ୍ରକଳ୍ପ ପ୍ରତି ବିଶ୍ୱର ଅନେକ କମ୍ପାନୀ ଆଗ୍ରହ

ପ୍ରଦର୍ଶନ କରିଛନ୍ତି। ଇକୋନୋମିକ୍ ଫୋରମର ପ୍ରଥମ ଦିନରେ ୧୪.୫୦ ଲକ୍ଷ କୋଟି ଟଙ୍କାର

ଚୁକ୍ତିପତ୍ରରେ ସ୍ୱାକ୍ଷରିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande