କୁଲୁଣ୍ଡିରେ ନବ ନିର୍ମିତ ଇଣ୍ଡୋର ଷ୍ଟାଡିୟମ ଏବଂ କର୍ମଚାରୀ ଆବାସର ଶୁଭ ଉଦ୍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ
ଭୁବନେଶ୍ୱର, 24 ଜାନୁଆରୀ (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା କୁଲୁଣ୍ଡିରେ ରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଠାରେ ନବ ନିର୍ମିତ ଇଣ୍ଡୋର ଷ୍ଟାଡିୟମ ଏବଂ କର୍ମଚାରୀ ଆବାସର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ପ୍ରାୟ 10 କୋଟି 46 ଲକ୍ଷ
କୁଲୁଣ୍ଡିରେ ନବ ନିର୍ମିତ ଇଣ୍ଡୋର ଷ୍ଟାଡିୟମ ଏବଂ କର୍ମଚାରୀ ଆବାସର ଶୁଭ ଉଦ୍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ


ଭୁବନେଶ୍ୱର, 24 ଜାନୁଆରୀ (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା କୁଲୁଣ୍ଡିରେ ରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଠାରେ ନବ ନିର୍ମିତ ଇଣ୍ଡୋର ଷ୍ଟାଡିୟମ ଏବଂ କର୍ମଚାରୀ ଆବାସର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ପ୍ରାୟ 10 କୋଟି 46 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ମହାବିଦ୍ୟାଳୟରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଯୋଗ ଦେଇଛନ୍ତି ।

ଏହି ଅବସରରେ କ୍ରୀଡା ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ସମ୍ବଲପୁରରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ସମୀକ୍ଷା ମଧ୍ୟ ହୋଇଛି । କୁଲୁଣ୍ଡିରେ ଏହି ଶାରୀରିକ ଶିକ୍ଷା କଲେଜକୁ ଆହୁରି ବିକଶିତ କରାଯିବ । ବର୍ତ୍ତମାନ କଲେଜରେ କେବଳ ବାଳକ ମାନଙ୍କ ପାଇଁ ବ୍ୟବସ୍ଥା ଅଛି । ତେଣୁ ଏଥିରେ ଆଗାମୀ ଦିନରେ ବାଳିକା ମାନଙ୍କ ତାଲିମ ବ୍ୟବସ୍ଥା ପାଇଁ କୋ ଏଡ୍ କରାଯିବ । ବର୍ତ୍ତମାନ କଲେଜରେ 100 ସିଟ ଅଛି ।

ତେଣୁ ଆଗକୁ 500 ସିଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଯୋଜନା ରହିଛି । ଏହାସହ କୋଚ୍ ମାନଙ୍କ ଟ୍ରେନିଂ ପାଇଁ ବ୍ୟବସ୍ଥା କରାଯିବ । ଏହାସହ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ କଲେଜ ନିକଟରେ ଜମି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । କୁଲୁଣ୍ଡି କଲେଜକୁ ସ୍ପୋର୍ଟସ ଏବଂ ଏକାଡେମୀକ୍ ର ବଡ଼ ହବ ଭାବେ ବିକଶିତ କ୍ରୀଡା ବିଭାଗ ଯୋଜନା ରଖିଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande