
ଭୁବନେଶ୍ୱର, 24 ଜାନୁଆରୀ (ହି.ସ.) ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଜାତୀୟ କନ୍ୟା ସନ୍ତାନ ଦିବସରରେ କନ୍ୟାମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଆହ୍ୱାନ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, କନ୍ୟା ରତ୍ନର ଯତ୍ନ ଓ ସୁରକ୍ଷା ହେଉ ସଭିଙ୍କ ସଂକଳ୍ପ। କନ୍ୟା ସନ୍ତାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସମୃଦ୍ଧ ପରିବେଶ ସୁନିଶ୍ଚିତ କରିବା ନେଇ ରହୁ ଆମ ସମସ୍ତଙ୍କ ପ୍ରତିବଦ୍ଧତା। ଆସନ୍ତୁ ଜାତୀୟ କନ୍ୟା ସନ୍ତାନ ଦିବସରେ ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଆଗକୁ ବଢ଼ିବା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ