ଅଜିତ୍ ପାୱାର ବିମାନ ଦୁର୍ଘଟଣାର ଯାଂଚ ପାଇଁ ଏଏଆଇବି ଟିମ୍ ବାରାମତି ଗଲେ
ନୂଆଦିଲ୍ଲୀ, ୨୮ ଜାନୁଆରୀ(ହି.ସ.) – ମହାରାଷ୍ଟ୍ରର ବାରାମତୀରେ ବୁଧବାର ସକାଳେ ହୋଇଥିବା ବିମାନ ଦୁର୍ଘଟଣାର ଯାଂଚ ପରିବା ପାଇଁ ବିମାନ ଦୁର୍ଘଟଣା ଯାଂଚ ବ୍ୟୁରୋ(ଏଏଆଇବି) ଟିମ୍ ଦିଲ୍ଲୀରୁ ବାହାରିଛନ୍ତି। ଏଏଆଇବିର ଟିମ୍ ଚାର୍ଟର ପ୍ଲେନ୍‌ର ପାଉଁଶର ନୀରିକ୍ଷଣ କରିବା କ୍ରାସ ଲ୍ୟାଣ୍ଡିଂର ପ୍ରକୃତ କାରଣର
ଅଜିତ୍ ପାୱାର ବିମାନ ଦୁର୍ଘଟଣାର ଯାଂଚ ପାଇଁ ଏଏଆଇବି ଟିମ୍ ବାରାମତି ଗଲେ


ନୂଆଦିଲ୍ଲୀ, ୨୮ ଜାନୁଆରୀ(ହି.ସ.) – ମହାରାଷ୍ଟ୍ରର ବାରାମତୀରେ ବୁଧବାର ସକାଳେ ହୋଇଥିବା ବିମାନ ଦୁର୍ଘଟଣାର ଯାଂଚ ପରିବା ପାଇଁ ବିମାନ ଦୁର୍ଘଟଣା ଯାଂଚ ବ୍ୟୁରୋ(ଏଏଆଇବି) ଟିମ୍ ଦିଲ୍ଲୀରୁ ବାହାରିଛନ୍ତି। ଏଏଆଇବିର ଟିମ୍ ଚାର୍ଟର ପ୍ଲେନ୍‌ର ପାଉଁଶର ନୀରିକ୍ଷଣ କରିବା କ୍ରାସ ଲ୍ୟାଣ୍ଡିଂର ପ୍ରକୃତ କାରଣର ଯାଂଚ କରିବ।

ମେସର୍ସ ବିଏସ୍‌ଆର୍ ବେଂଚେସ୍ ପ୍ରାଇଭେଟ୍ ଲିମିଟେଡର ଲିୟରଜେଟ୍ ୪୫ ବିମାନ ବିଟି-ଏସ୍‌ଏସ୍‌କେ ବାରାମତି ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାର୍ଟର ପ୍ଲେନ୍ ଉଡ଼ାଉଥିବା ପାଇଲଟ କୌଣସି ଏମରଜେନ୍ସି ସିଗ୍‌ନାଲ ପଠାଇ ନଥିଲେ। ତେବେ ପ୍ଲେନ୍‌ରେ ନିଆଁ ଲାଗିବା ପୂର୍ବରୁ ପାଇଲଟ୍ ଏୟାର ଟ୍ରାଫିକ କଂଟ୍ରୋଲ୍‌(ଏଟିସି) ସହିତ କଥା କରିଥିଲେ ଏବଂ ତାଙ୍କୁ ଦେଖାଯାଉଥିବା ରନ୍‌ୱେ ବିଷୟରେ କହିଥିଲେ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ପାଇଲଟ ଗୋ-ଆରାଉଣ୍ଡ କରିଥିଲେ, ଯାହା ରନ୍‌ୱେରେ ଲ୍ୟାଣ୍ଡିଂ ପୂର୍ବରୁ ଏକ ସାମାନ୍ୟ ପ୍ରକ୍ରିୟା ଅଟେ। ଏକ ପ୍ରତ୍ୟକ୍ଷଦର୍ଶୀ କହିଛି ଯେ ତଳକୁ ଆସିବା ସମୟରେ ବିମାନ ଅସ୍ଥିର ଲାଗୁଥିଲା। ବାରାମତୀ ଏୟାରପୋର୍ଟର ରନ୍‌ୱେ ପାଖରେ ଚାର୍ଟର ପ୍ଲେନ୍ କ୍ରାସ ଲ୍ୟାଣ୍ଡ ହେବାରୁ ଅଜୀତ ପାୱାର ସମେତ ପାଂଚ ଜଣଙ୍କ ମୃତ୍ୟୁ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande