
ମୁମ୍ବାଇ, ୨୮ ଜାନୁଆରୀ(ହି.ସ.) – ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ବୁଧବାର ଦିନ ବିମାନ ଦୁର୍ଘଟଣାରେ ନିଧନ ହୋଇଯାଇଛି। ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିର ବିଦ୍ୟା ପ୍ରତିଷ୍ଠାନ ପ୍ରାଙ୍ଗଣରେ କରାଯିବ। ଏହି ସୂଚନା ବିଦ୍ୟା ପ୍ରତିଷ୍ଠାନର ଟ୍ରଷ୍ଟି କିରଣ ଠାକୁର ଦେଇଛନ୍ତି।
କିରଣ ଠାକୁର କହିଛନ୍ତି ଯେ ଆଜି ସନ୍ଧ୍ୟା ଚାରିଟାରେ ଅଜିତ୍ ପାୱାରଙ୍କ ପାର୍ôଥବ ଶରୀର ବିଦ୍ୟାନଗରୀ ଛକସ୍ଥିତ ବିଦ୍ୟା ନଗରୀ ପ୍ରାଙ୍ଗଣରେ ଲୋକଙ୍କ ଦର୍ଶନ ପାଇଁ ରଖାଯିବ। ଏହାପରେ ଗୁରୁବାର ସକାଳେ ଅନ୍ତିମ ଯାତ୍ରା ବିଦ୍ୟା ନଗରୀ ପ୍ରାଙ୍ଗଣରୁ ବିଦ୍ୟା ପ୍ରତିଷ୍ଠାନ ପ୍ରାଙ୍ଗଣରେ ଗୁରୁବାର ସକାଳ ୧୧ଟାରେ କରାଯିବ।
ବାରାମତିରେ ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ବାରାମତିର ଏୟାରପୋର୍ଟରେ ଲ୍ୟାଣ୍ଡିଂ ସମୟରେ ହୋଇଥିଲା। ଏହି ଦୁର୍ଘଟଣାରେ ପାୱାର ସମେତ ପାଂଚଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାର ଯାଂଚ ପାଇଁ ବିଶେଷ ଯାଂଚ ଟିମ୍ ବାରାମତି ପହଂଚିଛନ୍ତି ଏବଂ ଯାଂଚ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି