
ଭଦ୍ରକ, ୩ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଂଚାୟତର ଯୁବକ ଦୀପକ ବାରିକ (୩୩) ଦାଦନ ଖଟିବାକୁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ ଗତ ମାସ ତାଙ୍କର ମୃତ୍ୟୁବରଣ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାରଟି ଗଭୀର ସଙ୍କଟରେ ପଡ଼ିଛି। ଦୀପକଙ୍କ ପରିବାରରେ ଗର୍ଭବତୀ ସ୍ତ୍ରୀ, ଜଣେ ଅନ୍ଧ ବାପା ଓ ଦୀର୍ଘଦିନ ଧରି ଅସୁସ୍ଥ ମା’ ଥିବାବେଳେ ସମସ୍ତ ଆର୍ôଥକ ଓ ପରିବାରିକ ଦାୟିତ୍ୱ ତାଙ୍କ ଉପରେ ନିର୍ଭର କରୁଥିଲା। ଅକାଳ ମୃତ୍ୟୁ ପରେ ପରିବାରଟି ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଛି। ଏହି ଦୁଃଖଦ ପରିସ୍ଥିତିରେ ଆଜି ଉତ୍କଳ ସେବା ସଂଘ ପକ୍ଷରୁ ମୃତ ଦୀପକଙ୍କ ପରିବାର ପାଖରେ ପହଂଚି ଆର୍ôଥକ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇ ଅନ୍ୟ ସହଯୋଗ କରିବାକୁ ହାତ ବଢ଼ାଯାଇଛି। ଏହି ସମୟରେ ସଂଘର ସଭାପତି ମୋହିତ ସାମଲ, ସମ୍ପାଦକ ବିଜୟ ସେଠୀଙ୍କ ସହ ସଦସ୍ୟ ପ୍ରଦୀପ ବାରିକ, ଆଶୋକ ମଲ୍ଲିକ, ଶଶାଙ୍କ ଶେଖର ସାହୁ, ମାନସ ଦାସ, ବାସନ୍ତୀ ଲତା ସାହୁ, ରଜନୀକାନ୍ତ ସାମଲ, କମଳେନ୍ଧୁ ପରିଡା ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଉତ୍କଳ ସେବା ସଂଘ ଗତ ପାଂଚ ବର୍ଷ ଧରି ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ନିରନ୍ତର ଭାବେ ସେବାମୂଳକ କାର୍ଯ୍ୟ କରିଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏପରି ଜନହିତକାରୀ କାର୍ଯ୍ୟ ଜାରି ରଖିବାକୁ ସଂଘ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ