
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- କୁହୁଡି ପାଇଁ ଉଡୁନି ବିମାନ । ଭୁବନେଶ୍ୱର ଘନ କୁହୁଡ଼ି
ପାଇଁ ବିମାନ ସେବା ବିଳମ୍ବ ହେଉଛି Iଆଜି 10ରୁ ଅଧିକ ବିମାନ ବିଳମ୍ବିତ ହୋଇଛି । ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ଗୌହାଟୀ ପ୍ରୟାଗରାଜ, ବେଙ୍ଗାଲୁର ଓ ବ୍ୟାଙ୍କକ ବିମାନ ଉଡାଣ ବିଳମ୍ବିତ ହୋଇଛି। ସକାଳ ୬ଟା
୩୦ରେ ରାଜଧାନୀ ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ହାଲୁକା କୁହୁଡ଼ି ସହ ଦୃଶ୍ୟମାନ ଦୂରତା ୫୦୦ମିଟର
ରହିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା