
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଗୋବର କାଠକୁ ବହୁଳ ଭାବେ ବ୍ୟବହାର କରିବାକୁ ସରକାର
ଯୋଜନା କରୁଛନ୍ତି । ଶବଦାହ ପାଇଁ ଗୋବର ବ୍ୟବହାର କରାଯାଉଛି । ନୂଆପଡା, ଚୌଦ୍ୱାର, ଅନୁଗୁଳ ଓ ସତୀଚଉରା
ଶ୍ମଶାନରେ ଗୋବରରେ ଶବଦାହ କରାଯାଉଛି । ପୁରୀ ସ୍ୱର୍ଗଦ୍ୱାରରେ ଗୋବର କାଠ ବ୍ୟବହାର ନେଇ ଆଲୋଚନା
ହୋଇଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏହା
ଦ୍ୱାରା ପ୍ରଦୂଷଣ ରୋକାଯାଇ ପାରିବ । ସେପଟେ ବୃକ୍ଷ ବି କାଟିବା ଦରକାର ପଡିବ ନାହିଁ । ଜଙ୍ଗଲ
ସଂରକ୍ଷଣ ହେଉଛି । ଏହା ଧାର୍ମିକ ଭାବନା ସହ ଜଡିତ । କମ ବ୍ୟୟରେ ହେବ । ଆଗକୁ ଏହାର ଆହୁରି
ପ୍ରଚାର ପ୍ରସାର ହେବ । ଏମଏସଏମଇରେ ଦୁଇ ଜଣ ଉଦ୍ୟୋଗୀ ଗୋବରରୁ ରଙ୍ଗ ତିଆରି କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା