‘ଆମ ବସ୍’ ଦୁର୍ଘଟଣାକୁ ନେଇ ଅଟୋ ମହାସଂଘର ବିକ୍ଷୋଭ
ଭୁବନେଶ୍ୱର, 04 ଜାନୁଆରୀ (ହି.ସ.) ଶନିବାର ଦିନ ଭୁବନେଶ୍ୱରର ରୁପାଲି ଛକରେ ଘଟିଥିବା ‘ଆମ ବସ୍’ ଦୁର୍ଘଟଣାକୁ ନେଇ ଆଜି ତୀବ୍ର ପ୍ରତିବାଦ କରାଯାଇଛି । ଗତକାଲି ରୁଟ୍ ନଂ–୩୨ର ‘ଆମ ବସ୍’ ଏକ ଅଟୋକୁ ଧକ୍କା ଦେଇଥିବାରୁ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ପ୍ରତିବାଦରେ ଆଜି ଅନଲାଇନ ସ୍
‘ଆମ ବସ୍’ ଦୁର୍ଘଟଣାକୁ ନେଇ ଅଟୋ ମହାସଂଘର ବିକ୍ଷୋଭ


ଭୁବନେଶ୍ୱର, 04 ଜାନୁଆରୀ (ହି.ସ.) ଶନିବାର ଦିନ ଭୁବନେଶ୍ୱରର ରୁପାଲି ଛକରେ ଘଟିଥିବା ‘ଆମ ବସ୍’ ଦୁର୍ଘଟଣାକୁ ନେଇ ଆଜି ତୀବ୍ର ପ୍ରତିବାଦ କରାଯାଇଛି । ଗତକାଲି ରୁଟ୍ ନଂ–୩୨ର ‘ଆମ ବସ୍’ ଏକ ଅଟୋକୁ ଧକ୍କା ଦେଇଥିବାରୁ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ପ୍ରତିବାଦରେ ଆଜି ଅନଲାଇନ ସ୍ମାର୍ଟ ସିଟି ଅଟୋ ମହାସଂଘ ପକ୍ଷରୁ କ୍ରୁଟ୍‌ର ଗାଡ଼କଣ ବସ୍ ଡିପୋ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ମହାସଂଘର ସଦସ୍ୟମାନେ କହିଛନ୍ତି ଯେ ‘ଆମ ବସ୍’ ସେବା ପାଇଁ ସ୍ପଷ୍ଟ ଓ ସ୍ୱତନ୍ତ୍ର ନିୟମାବଳୀ ନଥିବାରୁ ଏପରି ଦୁର୍ଘଟଣା ଘଟୁଛି। ସରକାର ତୁରନ୍ତ ‘ଆମ ବସ୍’ ପାଇଁ ଅଲଗା ନିୟମ ଆଣିବା ସହ ଚାଳକମାନଙ୍କୁ ସଠିକ୍ ପ୍ରଶିକ୍ଷଣ ଦେବାକୁ ଦାବି କରିଛନ୍ତି।

ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅଟୋ ଚାଳକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ। ଏହି ଦାବି ପୂରଣ ନହେଲେ ରାଜଧାନୀର ପ୍ରତ୍ୟେକ ଛକରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande