
ଗୌହାଟି,5 ଜାନୁଆରୀ (ହି.ସ)-ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ଆଜି ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୪:୧୭:୪୦ ରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିଲା। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଏବଂ ବହୁତ ସମୟ ପର୍ଯ୍ୟନ୍ତ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।
ଆସାମ ସମେତ ପଡୋଶୀ ରାଜ୍ୟ ମେଘାଳୟ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଭାରତର ପଡ଼ୋଶୀ ଦେଶ ବାଂଲାଦେଶ, ନେପାଳ, ମିଆଁମାର, ଭୁଟାନ ଏବଂ ଚୀନକୁ ପ୍ରଭାବିତ କରିଥିଲା। ତଥାପି, କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ମୋରିଗାଓଁ ଜିଲ୍ଲାରୁ ୧୪ କିଲୋମିଟର ଦୂରରେ ୫୦ କିଲୋମିଟର ଗଭୀରରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୨୬.୩୭ ଉତ୍ତର ଅକ୍ଷାଂଶ ଏବଂ ୯୨.୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା