
Bhubneshwar, 05 ଜାନୁଆରି (ହି.ସ.)
ନୂଆଦିଲ୍ଲୀ- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ସୋମବାର ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ବାସଭବନରେ ଔପଚାରିକମୂଳକ
ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି
ସାକ୍ଷାତ ସମ୍ପର୍କରେ ସୂଚନା ସେୟାର କରିଥିବା ସହ ବୈଠକ ସମ୍ବନ୍ଧୀୟ ଫଟୋଗୁଡ଼ିକୁ ମଧ୍ୟ ଜାରି
କରିଛି।
ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସରେ ପୋଷ୍ଟ କରି
କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କର ମାର୍ଗଦର୍ଶନ ପାଇଛନ୍ତି।
ସେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କର ପାଥେୟ ‘ନୂଆ ଉତ୍ତର ପ୍ରଦେଶ’ର ବିକାଶ ଯାତ୍ରାକୁ
ଆହୁରି ଗତି ଦେବା ପାଇଁ ସଦା ନୂତନ ଉର୍ଜାର ସଂଚାର କରେ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କର
ବହୁମୂଲ୍ୟ ସମୟ ଦେଇଥିବାରୁ କୃତଜ୍ଞତା ମଧ୍ୟ ପ୍ରକାଶ କରିଛନ୍ତି।
ସୂତ୍ର ଅନୁସାରେ, ଏହି ସାକ୍ଷାତ ସମୟରେ ଉଭୟ ନେତା କ୍ୟାବିନେଟ ବିସ୍ତାର, ନିର୍ବାଚନ
ସମ୍ପର୍କିତ ବିଷୟ,
ବିକାଶ କାର୍ଯ୍ୟ, ବିଭିନ୍ନ ଯୋଜନାର ପ୍ରଗତି ଏବଂ ସମସାମୟିକ
ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ
ମୁଖ୍ୟମନ୍ତ୍ରୀଙ୍କର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମଧ୍ୟ ସାକ୍ଷାତ କରିବାର ସମ୍ଭାବନା
ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା