
ଭୁବନେଶ୍ୱର, 05 ଜାନୁଆରି (ହି.ସ.)- ଡ. ମୁରଲୀ ମନୋହର ଜୋଶୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା
ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମର ମାର୍ଗଦର୍ଶକ ଓ ବରିଷ୍ଠ ନେତା ଆଦରଣୀୟ ଡ. ମୁରଲୀ ମନୋହର
ଜୋଶୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସଂଗଠନ ପ୍ରତି ଆପଣଙ୍କର ଆଜୀବନ ନିଷ୍ଠା, ଅକ୍ଲାନ୍ତ ପରିଶ୍ରମ
ଓ ତ୍ୟାଗ ଭାରତୀୟ ଜନତା ପାର୍ଟିକୁ ବିଚାରଧାରାତ୍ମକ ଦୃଢତା ପ୍ରଦାନ କରିଛି ଏବଂ ତାହାକୁ
ରାଷ୍ଟ୍ରସେବାର ପଥରେ ସୁଦୃଢ କରିଛି। ଆପଣଙ୍କର ପାଣ୍ଡିତ୍ୟ ଓ ସ୍ପଷ୍ଟ ଚିନ୍ତନ ରାଜନୈତିକ
ଜୀବନକୁ ସମୃଦ୍ଧ କରି ଜାତୀୟ ଆଲୋଚନାକୁ ଏକ ନୂତନ ଦିଗ ଦେଇଛି। କାର୍ଯ୍ୟକର୍ତ୍ତାମାନଙ୍କ ପ୍ରତି
ଆପଣଙ୍କର ସ୍ନେହ ଓ ସିଦ୍ଧାନ୍ତ ପ୍ରତି ଅତୁଟତା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ। ଇଶ୍ୱରଙ୍କ
ନିକଟରେ ଆପଣଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନର କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା