
ନୂଆପଡ଼ା, ୦୬ ଜାନୁଆରୀ(ହି.ସ.) – ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ପଂଚାୟତରେ ଚଳିତ ଖରିଫ ଋତୁ ୨୦୨୫-୨୬ର ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଣ୍ଡିଆ ମଣ୍ଡି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଯାଇଛି। ଉଦ୍ଘାଟନୀ ସମାରୋହରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ନୂଆପଡ଼ା ବ୍ଲକ ଚେୟାରମେନ ତାରେଶ୍ୱରି ସାହୁ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ବ୍ଲକ କୃଷି ଅଧିକାରୀ ସତ୍ୟ ନାଗ୍, ଶ୍ରୀଅନ୍ନ ଅଭିଯାନର ସ୍କିମ ଅଫିସର ବର୍ଷା ଆଜାଦ, ସ୍ଥାନୀୟ ସରପଂଚ ସନ୍ଧ୍ୟା ରାଣୀ ମିର୍ଦ୍ଧା, ମାଣ୍ଡିଆ କ୍ରୟ କରୁଥିବା ଟିଡିସିସି ହେମନ୍ତ କୁମାର ବେହେରା ଓ ଡିଏମ୍ କୌଶଲ୍ୟା ମାଝୀ, ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ସଂଯୋଜକ ଶ୍ରୀ ନରସିଂହ ଜଗତ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ୱେଚ୍ଛାସେବୀ ସଂଗଠନ ସି ପି ଏସ୍ ଡବ୍ଲ୍ୟୁ କେନ୍ଦୁଭଟାର କାର୍ଯ୍ୟକାରୀ ସମ୍ପାଦକ ବିରଂଚି ନାରାୟଣ ମହାପାତ୍ର ଉଦ୍ଘାଟନ ସମାରୋହକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଶ୍ରୀ ଅନ୍ନ ଅଭିଯାନର ବ୍ଲକ ସଂଯୋଜକ ମହାଦେବ ପ୍ରଧାନ ଓ ରାଘବ ପ୍ରଧାନ ସହଯୋଗ କରିଥିଲେ। ମାଣ୍ଡିଆ ମଣ୍ଡିର ପ୍ରଥମ ଦିନରେ ୬୪ ଜଣ ଚାଷୀଙ୍କ ଠାରୁ ୧୫୨ କ୍ୱିଂଟାଲ ୩୪ କେଜି ମାଣ୍ଡିଆ କ୍ରୟ କରାଯାଇଥିବାର ସୂଚନା ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ