ସତସଙ୍ଗ କେନ୍ଦ୍ର ମହୁଲଡିହାଁ ରାଇରଙ୍ଗପୁର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ
ରାଇରଙ୍ଗପୁର, ୬ ଜାନୁଆରୀ (ହି.ସ.)- ସତସଙ୍ଗ କେନ୍ଦ୍ର ମହୁଲଡିହାଁ ରାଇରଙ୍ଗପୁର ଆନୁକୂଲ୍ୟରେ ପୂଜ୍ଯପାଦ ଶ୍ରୀ ଶ୍ରୀ ଅବିନ୍ ଦାଦାଙ୍କ ଶୁଭ ଜନ୍ମଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ଯକ୍ରମରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିର ପ୍ରାଙ୍ଗଣରେ ୨୦ଟି ବୃକ୍ଷ
ସତସଙ୍ଗ କେନ୍ଦ୍ର ମହୁଲଡିହାଁ ରାଇରଙ୍ଗପୁର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ


ରାଇରଙ୍ଗପୁର, ୬ ଜାନୁଆରୀ (ହି.ସ.)- ସତସଙ୍ଗ କେନ୍ଦ୍ର ମହୁଲଡିହାଁ ରାଇରଙ୍ଗପୁର ଆନୁକୂଲ୍ୟରେ ପୂଜ୍ଯପାଦ ଶ୍ରୀ ଶ୍ରୀ ଅବିନ୍ ଦାଦାଙ୍କ ଶୁଭ ଜନ୍ମଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ଯକ୍ରମରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିର ପ୍ରାଙ୍ଗଣରେ ୨୦ଟି ବୃକ୍ଷ ଓ ସତସଙ୍ଗୀ ଗୁରୁଭାଇମାନଙ୍କ ଘରେ ୩୬ଟି ବୃକ୍ଷ ପ୍ରତ୍ଯେକଙ୍କ ଘରେ ମୋଟ ୫୬ଟି ଗଛ ଲଗାଯାଇଛି I ସତସଙ୍ଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ପ୍ରତ୍ଯେକ ଗୃହରେ ଖାଲିଥିବା ସ୍ଥାନମାନଙ୍କରେ ବୃକ୍ଷରୋପଣ କରାଯିବ I ସତସଙ୍ଗ ଦେଓଘର ନିର୍ଦ୍ଦେଶ କ୍ରମେ ସାରା ଭାରତ ବର୍ଷରେ ୧ କୋଟି ବୃକ୍ଷରୋପଣ କରି ତା'ର ରକ୍ଷାବେକ୍ଷଣ ସହ ଯତ୍ନ ନେବାକୁ ସାକାର କରିବା ପାଇଁ ସତସଙ୍ଗୀମାନେ ବଦ୍ଧପରିକର ବୋଲି ସତସଙ୍ଗର ସହପ୍ରତିଋତିକ ନିଗମାନନ୍ଦ ପଟ୍ଟନାୟକ କହିଛନ୍ତି I ଏହି କାର୍ଯ୍ଯକ୍ରମରେ ସହପ୍ରତିଋତିକ ନିଗମାନନ୍ଦ ପଟ୍ଟନାୟକ, ଗୋଲକ ବିହାରୀ ଆଚାର୍ଯ୍ଯ (ସ۔ପ୍ର۔ଋ), ପରେଶ ଚନ୍ଦ୍ର ଗିରି (ଯାଜକ), ସରୋଜ କୁମାର ଗିରି (ଯାଜକ), ବିଭୂତି ଜ୍ଯୋତିଷୀ, ତରୁଣ କୁମାର ଗିରି, ବିଭଟି ରାମ, ସୁଶାନ୍ତ କୁମାର ବେହେରା ଓ କେଦାରନାଥ ବାରିକ ପ୍ରମୁଖ ଏହି କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande