ଏନ୍‌ଡିଆର୍‌ଏଫ୍ ଦ୍ୱାରା ବନ୍ୟା ଜଳ ଉଦ୍ଧାର କାର୍ଯ୍ୟ ଉପରେ ଟେବୁଲ ଟପ୍ ଅଭ୍ୟାସ
ନୂଆପଡ଼ା, ୬ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭା ଗୃହରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ଜାତୀୟ ଆପଦ ପ୍ରତିକ୍ରିୟା ବଳ(ଏନ୍‌ଡି ଆର୍‌ଏଫ୍‌) ମିଳିତ ଆନୁକୂଲ୍ୟରେ ବନ୍ୟା ସମୟରେ ଜଳ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଉପରେ ‘ଟେବୁଲ ଟପ୍‌’ ଅଭ୍ୟା
Teble tap


ନୂଆପଡ଼ା, ୬ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭା ଗୃହରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ଜାତୀୟ ଆପଦ ପ୍ରତିକ୍ରିୟା ବଳ(ଏନ୍‌ଡି ଆର୍‌ଏଫ୍‌) ମିଳିତ ଆନୁକୂଲ୍ୟରେ ବନ୍ୟା ସମୟରେ ଜଳ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଉପରେ ‘ଟେବୁଲ ଟପ୍‌’ ଅଭ୍ୟାସ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏନ୍‌ଡିଆର୍‌ଏଫ୍ କମାଣ୍ଡାଂଟ ଡଃ ତୀର୍ଥବାସୀ ସାହୁ, ଇନ୍ସପେକ୍ଟର ବରୁଣ କୁମାର ଏବଂ ସବ ଇନ୍ସପେକ୍ଟର ବିକାଶ ପ୍ରମୁଖ ମକ ଏକ୍ସରସାଇଜର ବିଭିନ୍ନ ପଦକ୍ଷେପ, ଏକ୍ସରସାଇଜ କ୍ରମ, ସ୍ଥିତି, ପରିଚାଳନା, ବିଭିନ୍ନ ଅଧିକାରୀ ଏବଂ ସହଯୋଗୀଙ୍କ ଭୂମିକା ଏବଂ କାର୍ଯ୍ୟ, ବନ୍ୟାରେ ଏନ୍‌ଡିଆର୍‌ଏଫ୍‌ର ଭୂମିକା ଏବଂ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ‘ଟେବୁଲ ଟପ୍‌’ ଅଭ୍ୟାସର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଫଳାଫଳ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ଓ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଲେ ଯେ ସହାୟତା ଓ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ର ଭୂମିକା ଅତୁଳନୀୟ। ସେମାନେ ଅତି କମ୍ ସମୟ ମଧ୍ୟରେ ସୂଚାରୁ ରୂପରେ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଏନ୍‌ଡିଆର୍‌ଏଫ୍‌ର ସହାୟତା ବିନା ‘ଜିରୋ କାଜୁଆଲଟିର’ ସ୍ୱପ୍ନ ମଧ୍ୟ ଦେଖିହେବ ନାହିଁ। ଏହି ଅବସରରେ ସିଡିଓ ଲମ୍ବୋଦର ଧରୁଆ, ଏଡିଏମ୍‌(ରାଜସ୍ୱ) ପ୍ରଫୁଲ୍ଲ କୁଜୁର, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମ୍‌ଓ ଡଃ ଧନେଶ୍ୱର ସେଠୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ଶେଖ୍ ନସିମ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଠାରେ ଉଲ୍ଲେଖନୀୟ ଯେ, ଆସନ୍ତା କାଲି ଏନ୍‌ଡିଆର୍ ଏଫ ଦ୍ୱାରା ବନ୍ୟା ଜଳ ଉଦ୍ଧାର କାର୍ଯ୍ୟ ଉପରେ ‘ମକଡ୍ରିଲ’ ସାଇପଲା ଡ୍ୟାମ୍‌ରେ ଅନୁଷ୍ଠିତ ହେବ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଏବଂ ଏନ୍‌ଡିଆର୍‌ଏଫ୍ ମିଳିତ ଆନୁକୁଲ୍ୟରେ ଏହି ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande