ଇନ୍ଦୋରରେ ସଡ଼କ ଦୁର୍ଘଟଣା : ପୂର୍ବତନ ଗୃହମନ୍ତ୍ରୀ ବାଲା ବଚ୍ଚନଙ୍କ ଝିଅ ଓ କଂଗ୍ରେସ ମୁଖପାତ୍ରଙ୍କ ପୁଅ ସମେତ ତିନି ମୃତ
ଭୋପାଳ, ୯ ଜାନୁଆରୀ (ହି.ସ.)- ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପୂର୍ବତନ ଗୃହମନ୍ତ୍ରୀ ବାଲା ବଚ୍ଚନଙ୍କ ଝିଅ ପ୍ରେରଣା ବଚ୍ଚନ ଏବଂ କଂଗ୍ରେସ ରାଜ୍ୟ ମୁଖପାତ୍ର ଆନନ୍ଦ କାସଲିୱାଲଙ୍କ ପୁଅ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ର
ଇନ୍ଦୋରରେ ସଡ଼କ ଦୁର୍ଘଟଣା : ପୂର୍ବତନ ଗୃହମନ୍ତ୍ରୀ ବାଲା ବଚ୍ଚନଙ୍କ ଝିଅ ଓ କଂଗ୍ରେସ ମୁଖପାତ୍ରଙ୍କ ପୁଅ ସମେତ ତିନି ମୃତ


ଭୋପାଳ, ୯ ଜାନୁଆରୀ (ହି.ସ.)- ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପୂର୍ବତନ ଗୃହମନ୍ତ୍ରୀ ବାଲା ବଚ୍ଚନଙ୍କ ଝିଅ ପ୍ରେରଣା ବଚ୍ଚନ ଏବଂ କଂଗ୍ରେସ ରାଜ୍ୟ ମୁଖପାତ୍ର ଆନନ୍ଦ କାସଲିୱାଲଙ୍କ ପୁଅ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ରାଜନୈତିକ ଏବଂ ସାମାଜିକ ମହଲକୁ ଚକିତ କରିଛି।

ମଧ୍ୟପ୍ରଦେଶର ଇନ୍ଦୋରର ରାସ୍ତାରେ ପୁଣି ଥରେ ଦ୍ରୁତଗାମୀ ଗାଡି ଚାଳନାର ତାଣ୍ଡବ ଦେଖିବାକୁ ମିଳିଛି। ଜନ୍ମଦିନ ପାଳନ କରିବାକୁ ଯାଇଥିବା ବନ୍ଧୁମାନେ ରାସ୍ତାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ରାଲାମଣ୍ଡଳ ବାଇପାସରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୂର୍ବତନ ଗୃହମନ୍ତ୍ରୀ ବାଲା ବଚ୍ଚନଙ୍କ ଝିଅ ପ୍ରେରଣା ବଚ୍ଚନ, କଂଗ୍ରେସ ରାଜ୍ୟ ମୁଖପାତ୍ର ଆନନ୍ଦ କାସଲିୱାଲଙ୍କ ପୁଅ ପ୍ରଖର କାସଲିୱାଲ ଏବଂ ମନସିମରନ ସାନ୍ଧୁଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି।

ଗୁରୁବାର ପ୍ରଖର କାସଲିୱାଲଙ୍କ ଜନ୍ମଦିନ ଥିଲା ଏବଂ ଏହି ଖୁସିରେ ବନ୍ଧୁମାନେ କାନାଡିୟା ବାଇପାସ ସ୍ଥିତ କୋକୋ ଫାର୍ମରେ ଏକ ପାର୍ଟି ଆୟୋଜନ କରିଥିଲେ। ପାର୍ଟି ପରେ, ସମସ୍ତ ବନ୍ଧୁ ଏକ ଇନୋଭା କାର୍ ରେ ଫେରୁଥିଲେ। ରାଲାମଣ୍ଡଳରୁ ବିଜୟ ନଗର ଯାଉଥିବା ସମୟରେ, ସେମାନଙ୍କ କାର୍ ଦ୍ରୁତ ଗତିରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, କାର୍ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande