ଦିଲ୍ଲୀରେ ଆପ 4 ବିଧାୟକ ଶୀତକାଳୀନ ଅଧିବେଶନର ବାକି ଦିନ ପାଇଁ ନିଲମ୍ବିନ
ନୂଆଦିଲ୍ଲୀ, 09 ଜାନୁଆରି (ହି.ସ.) - ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନର ପଞ୍ଚମ ଏବଂ ଶେଷ ଦିନ ଶୁକ୍ରବାର ମଧ୍ୟ ଗୃହରେ ହଙ୍ଗାମା ଦେଖିବାକୁ ମିଳିଲା। ଏହାର ପରିଣାମସ୍ୱରୂପ ଆମ୍ ଆଦମୀ ପାର୍ଟି (ଆଆପା)ର ଚାରିଜଣ ବିଧାୟକଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିନ
ଦିଲ୍ଲୀ ବିଧାନସଭା


ନୂଆଦିଲ୍ଲୀ, 09 ଜାନୁଆରି (ହି.ସ.)

- ଦିଲ୍ଲୀ ବିଧାନସଭାର

ଶୀତକାଳୀନ ଅଧିବେଶନର ପଞ୍ଚମ ଏବଂ ଶେଷ ଦିନ ଶୁକ୍ରବାର ମଧ୍ୟ ଗୃହରେ ହଙ୍ଗାମା ଦେଖିବାକୁ

ମିଳିଲା। ଏହାର ପରିଣାମସ୍ୱରୂପ ଆମ୍ ଆଦମୀ ପାର୍ଟି (ଆଆପା)ର ଚାରିଜଣ ବିଧାୟକଙ୍କୁ ଶୀତକାଳୀନ

ଅଧିବେଶନର ଅବଶିଷ୍ଟ ଦିନ ପାଇଁ ନିଲମ୍ବିତ କରାଯାଇଛି। ଏହି ଶୀତକାଳୀନ ଅଧିବେଶନରେ ଏହା

ଦ୍ୱିତୀୟଥର, ଯେ

ଏହି ଚାରିଜଣ ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି।

ଦିଲ୍ଲୀ ବିଧାନସଭା

ଅଧ୍ୟକ୍ଷ ବିଜେନ୍ଦ୍ର ଗୁପ୍ତା କହିଛନ୍ତି ଯେ ସଦନର କାର୍ଯ୍ୟବାହୀରେ ନିରନ୍ତର ବାଧା ସୃଷ୍ଟି

କରିବା ଏବଂ ସଦନର ମର୍ଯ୍ୟାଦା ଉଲ୍ଲଂଘନ କରିବା ଅଭିଯୋଗରେ ବିରୋଧୀ ଦଳ ନେତା ସୋମଦତ୍ତ, ଜରନେଲ ସିଂହ, ସଞ୍ଜୀବ ଝା ଏବଂ କୁଲଦୀପ କୁମାରଙ୍କୁ ଅଧିବେଶନର ଶେଷ ପର୍ଯ୍ୟନ୍ତ

ସଦନରୁ ନିଲମ୍ବିତ କରାଯାଉଛି। ଗୃହର ଗରିମା, ଶିଷ୍ଟାଚାର ଓ ଅଧିକାରଗୁଡ଼ିକୁ ସୁରକ୍ଷା କରିବା ଉଦ୍ଦେଶ୍ୟରେ ଏବଂ

ବିଧାନସଭାର ପ୍ରକ୍ରିୟା ଓ କାର୍ଯ୍ୟସଞ୍ଚାଳନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ଏହି ନିଷ୍ପତ୍ତି

ଗ୍ରହଣ କରାଯାଇଛି।

ଉଲ୍ଲେଖନୀୟ ଯେ, ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ 5 ଜାନୁଆରୀ (ସୋମବାର)

ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା। ଏହି ସମୟରେ ହଙ୍ଗାମା

କରିଥିବାରୁ ଆଆପାର ଚାରିଜଣ ସଦସ୍ୟଙ୍କୁ ତିନି ଦିନ ପାଇଁ ନିଲମ୍ବିତ କରାଯାଇଥିଲା, ଯେଉଁମାନେ ହେଲେ ସଞ୍ଜୀବ ଝା, ସୋମଦତ୍ତ, କୁଲଦୀପ କୁମାର ଏବଂ ଜରନେଲ ସିଂହ। ଉପରାଜ୍ୟପାଳଙ୍କ ଅଭିଭାଷଣ ସମୟରେ

ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ଏହି ସଦସ୍ୟମାନେ ହଙ୍ଗାମା କରୁଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande