ସୋମନାଥ ଧାମର ଆଧ୍ୟାତ୍ମିକ ମହତ୍ୱ କହିଲେ ପିଏମ ମୋଦି
ନୂଆଦିଲ୍ଲୀ, 09 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମନାଥ ଧାମର ମହିମାକୁ ସ୍ମରଣ କରି କହିଛନ୍ତି ଯେ ଏହାର ଭବ୍ୟ ଐତିହ୍ୟ ସର୍ବଦା ସାଧାରଣ ଜନମାନସର ଚେତନାକୁ ଜାଗ୍ରତ କରିଆସୁଛି। ସେ କହିଛନ୍ତି ଯେ ସୋମନାଥ ଧାମରୁ ପ୍ରବାହିତ ହେଉଥିବା ଦିବ୍ୟ
ପିଏମ ମୋଦି


ନୂଆଦିଲ୍ଲୀ, 09 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦୀ ଆଜି ସୋମନାଥ ଧାମର ମହିମାକୁ ସ୍ମରଣ କରି କହିଛନ୍ତି ଯେ ଏହାର ଭବ୍ୟ ଐତିହ୍ୟ ସର୍ବଦା

ସାଧାରଣ ଜନମାନସର ଚେତନାକୁ ଜାଗ୍ରତ କରିଆସୁଛି।

ସେ କହିଛନ୍ତି ଯେ ସୋମନାଥ ଧାମରୁ ପ୍ରବାହିତ ହେଉଥିବା ଦିବ୍ୟ ଶକ୍ତି ଯୁଗେ-ଯୁଗେ ଆସ୍ଥା,

ସାହସ ଓ ସ୍ୱାଭିମାନର

ଦୀପକୁ ପ୍ରଜ୍ୱଳିତ କରି ରଖିବ।

ପ୍ରଧାନମନ୍ତ୍ରୀ ଏକ୍ସ

ପୋଷ୍ଟରେ ସୋମନାଥ ଧାମର ଆଧ୍ୟାତ୍ମିକ ମହତ୍ତ୍ୱକୁ ପ୍ରତିବିମ୍ବିତ କରୁଥିବା ଏକ ସଂସ୍କୃତ ଶ୍ଲୋକ

ମଧ୍ୟ ସେୟାର କରିଛନ୍ତି ।

ଆଦିନାଥେନ ଶର୍ବେଣ

ସର୍ବପ୍ରାଣିହିତାୟ ବୈ।

ଆଦ୍ୟତତ୍ତ୍ୱାନ୍ୟଥାନୀୟଂ

କ୍ଷେତ୍ରମେତନ୍ମହାପ୍ରଭମ୍।

ପ୍ରଭାସିତଂ ମହାଦେବି

ଯତ୍ର ସିଦ୍ଧ୍ୟନ୍ତି ମାନବାଃ॥

ଏହି ଶ୍ଲୋକର ଅର୍ଥ

ହେଉଛି— ଏହି

କ୍ଷେତ୍ରଟି ଆଦିନାଥ ଭଗବାନ ଶିବଙ୍କ ଦ୍ୱାରା ସମସ୍ତ ପ୍ରାଣୀଙ୍କ ମଙ୍ଗଳ ପାଇଁ ପ୍ରତିଷ୍ଠିତ। ଏହା

ଆଦ୍ୟ ତତ୍ତ୍ୱମାନେ ଦ୍ୱାରା ପରିପୂର୍ଣ୍ଣ, ଅତ୍ୟନ୍ତ ପ୍ରଭାବଶାଳୀ ଓ ମହାନ। ହେ ଦେବୀ,

ଏହି ପ୍ରଭାସ କ୍ଷେତ୍ର ଏକ

ପବିତ୍ର ସ୍ଥାନ, ଯେଉଁଠାରେ ମାନବ ନିଜ ଜୀବନର ଲକ୍ଷ୍ୟ ଓ ସିଦ୍ଧିକୁ ପ୍ରାପ୍ତ କରନ୍ତି।

ପ୍ରଧାନମନ୍ତ୍ରୀ

କହିଛନ୍ତି ଯେ ସୋମନାଥ ଧାମ କେବଳ ଗୋଟିଏ ମନ୍ଦିର ନୁହେଁ, ବରଂ ଭାରତର ସନାତନ ସଂସ୍କୃତି, ଅଖଣ୍ଡ ଆସ୍ଥା ଓ ଆତ୍ମଗୌରବର ଜୀବନ୍ତ ପ୍ରତୀକ। ସେ ଆହୁରି କହିଛନ୍ତି

ଯେ ସୋମନାଥ ପ୍ରତ୍ୟେକ ଯୁଗରେ ଦେଶକୁ ଆତ୍ମବିଶ୍ୱାସ ଓ ପୁନର୍ନିର୍ମାଣର ପ୍ରେରଣା ଦେଇଆସିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande