ପ୍ରବାସୀ ଭାରତୀୟ ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ପ୍ରବାସୀ ଭାରତୀୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ଶାଶ୍ୱତ ସଂସ୍କୃତି ଓ ସଭ୍ୟତାତ୍ମକ ଚେତନାକୁ ବିଶ୍ୱମଞ୍ଚରେ ସଶକ୍ତ
ପ୍ରବାସୀ ଭାରତୀୟ ଦିବସ


ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ପ୍ରବାସୀ

ଭାରତୀୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ଶାଶ୍ୱତ ସଂସ୍କୃତି ଓ ସଭ୍ୟତାତ୍ମକ

ଚେତନାକୁ ବିଶ୍ୱମଞ୍ଚରେ ସଶକ୍ତ ଭାବେ ପ୍ରତିଷ୍ଠା କରୁଥିବା ସମସ୍ତ ପ୍ରବାସୀ ଭାରତୀୟଙ୍କୁ ‘ପ୍ରବାସୀ ଭାରତୀୟ ଦିବସ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା।

କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ମାତୃଭୂମି ସହିତ ଆପଣମାନଙ୍କର ଭାବନାତ୍ମକ ସମ୍ପର୍କ ଓ ବିକାଶ ଯାତ୍ରାରେ ଆପଣଙ୍କ

ସକ୍ରିୟ ସହଭାଗୀତା ଏହା ପ୍ରମାଣ କରେ ଯେ ଭାରତ ଗୋଟିଏ ଭାବନା,

ଯାହା ସୀମାର ସୀମାନାକୁ

ଅତିକ୍ରମ କରି ଜୀବନ୍ତ ରହିଛି। ଜ୍ଞାନ, ବିଜ୍ଞାନ, ବାଣିଜ୍ୟ, କଳା, ସଂସ୍କୃତି ଓ ସେବାର ପ୍ରତ୍ୟେକ କ୍ଷେତ୍ରରେ ପ୍ରବାସୀ ଭାରତୀୟମାନେ

ତାଙ୍କର ପରିଶ୍ରମ, ପ୍ରତିଭା ଓ ସଂସ୍କାର ମାଧ୍ୟମରେ ଭାରତର ଗରିମାକୁ ନୂଆ ଉଚ୍ଚତାକୁ ନେଇଯାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande