
ନୂଆଦିଲ୍ଲୀ, 09 ଜାନୁଆରି (ହି.ସ.)- ବୈଦେଶିକ
ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡ. ଏସ୍. ଜୟଶଙ୍କରଙ୍କୁ ତାଙ୍କ ଜନ୍ମଦିନ
ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। ସେ ଜଣେ ପ୍ରତିଷ୍ଠିତ କୂଟନୀତିଜ୍ଞ ଭାବେ ଦେଶସେବା କରିଛନ୍ତି
ଏବଂ ବର୍ତ୍ତମାନ ଭାରତର ବିଦେଶନୀତିକୁ ସୁଦୃଢ଼ କରିବା ସହ ବିଶ୍ୱ ସହିତ ଭାରତର ସମ୍ପର୍କ ମଜବୁତ
କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ତାଙ୍କ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ
ପ୍ରାର୍ଥନା କରୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା