ଅତିରିକ୍ତ ରାଜସ୍ୱ ନିରୀକ୍ଷକଙ୍କ ଆତ୍ମହତ୍ୟା
ସୁବର୍ଣ୍ଣପୁର, ୧୫ ଅକ୍ଟୋବର(ହି.ସ.) –ସୋନପୁର ସହରର ଘୋଡ଼ାଘାଟପଡ଼ା ଅଂଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଘୋଡ଼ାଘାଟପଡ଼ା ମୂଳ ନିବାସୀ ଯୁବକ ତଥା ବର୍ତମାନ ତରଭା ତହସିଲ ଅଧୀନରେ କାର୍ଯ୍ୟରତ ତରୁଣାନନ୍ଦ ସାହୁ (ମୁନା) ୪୪ ବର୍ଷ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୁନା ପ୍ରଥମେ ଜିଲ
ଅତିରିକ୍ତ ରାଜସ୍ୱ ନିରୀକ୍ଷକଙ୍କ ଆତ୍ମହତ୍ୟା


ସୁବର୍ଣ୍ଣପୁର, ୧୫ ଅକ୍ଟୋବର(ହି.ସ.) –ସୋନପୁର ସହରର ଘୋଡ଼ାଘାଟପଡ଼ା ଅଂଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଘୋଡ଼ାଘାଟପଡ଼ା ମୂଳ ନିବାସୀ ଯୁବକ ତଥା ବର୍ତମାନ ତରଭା ତହସିଲ ଅଧୀନରେ କାର୍ଯ୍ୟରତ ତରୁଣାନନ୍ଦ ସାହୁ (ମୁନା) ୪୪ ବର୍ଷ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୁନା ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରେ ବିନିକା ତହସିଲ ଅଧୀନରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ସେ ତାଙ୍କ ବିନିକା ସ୍ଥିତ ସରକାରୀ ବାସଭବନରେ ରହୁଥିଲେ। ଚଳିତ ମାସ ଜିଲ୍ଲାର ତରଭା ତହସିଲକୁ ବଦଳି ହୋଇ ବ୍ରାହ୍ମଣୀରେ ଏଆଅର୍ାଇ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ତାଙ୍କ ବିବାହିତ ଭଉଣୀ ସୋନପୁର ମୂଳ ଘରେ ରହୁଥିବା ବେଳେ ସେ ୧୦ ଦିନ ହେବ ତାଙ୍କ ବାସଭବନକୁ ଆସି ରହୁଥିଲେ। ଆତ୍ମହତ୍ୟାର ମୁଖ୍ୟ କାରଣ ମାନସିକ ଚାପ। ପୂର୍ବରୁ ମୁନା ତାଙ୍କ ପରିବାର ବର୍ଗଙ୍କ ସହ ସମ୍ପର୍କରେ ମଧ୍ୟ ନ ଥିବା ଓ ସାହି ପଡିଶା ତଥା ବନ୍ଧୁଙ୍କ ସହ ମଧ୍ୟ ବହୁତ୍ କମ୍ କଥାବାର୍ତା କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣାପଡ଼ିଛି। ମୁନା ମୋଟାମୋଟି ଶାନ୍ତ ସ୍ୱଭାବର ଥିଲେ। ସୂଚନା ଅନୁଯାୟୀ ମୁନା ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଂଚଳରେ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ମୁନା ସହିତ ଝଗଡ଼ା କରି ପରେ ତାଙ୍କ ଛୋଟ ଝିଅକୁ ଧରି ତାଙ୍କ ମା’ ଘର ମୁନିଗୁଡ଼ା ପଳାଇଥିଲେ। ପରେ ଆଇନର ଆଶ୍ରୟ ନେଇ ତାଙ୍କ ସ୍ତ୍ରୀ ପ୍ରାୟ ମାସକୁ ୧୮,୫୦୦ ଟଙ୍କା ଭରଣ ପୋଷଣ ବାବଦକୁ ମୁନାଙ୍କ ମୂଳ ଦରମାରୁ ପାଉଛନ୍ତି। ସେପଟେ ଅସମର୍ôଥତ ସୂତ୍ରରୁ ପ୍ରକାଶ ଯେ, ମୁନା ବ୍ୟାଙ୍କରୁ ଆଉ ୧୦ ଲକ୍ଷ ଟଙ୍କା ଋଣ କରି କୌଣସି ବ୍ୟକ୍ତି ବିଶେଷଙ୍କ ଠକାମୀର ଶୀକାର ହୋଇଥିବା ଚର୍ଚ୍ଚା ଧରିଛି ଯାହାକି ତଦନ୍ତ ସାପେକ୍ଷ। ତେଣୁ ତାଙ୍କ ଦରମାରୁ ପ୍ରାୟ ସମସ୍ତ ପଇସା କଟି ଯାଉଥିଲା। ସେ ମାନସିକ ଅବସାଦ ଗ୍ରସ୍ତ ରହୁଥିଲେ। କିନ୍ତୁ ପାରିବାରିକ ଅଶାନ୍ତି ହିଁ ଆତ୍ମହତ୍ୟାର ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି। ପ୍ରାୟ ୧ ବର୍ଷ ତଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ସୋନପୁର ପୋଲିସ ଥାନା ଅଧିକାରୀ ଯାଦବ ବାଗଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ଅନିଲ ବେହେରା, ଏଏସଆଇ ରଞ୍ଜନ ନାଏକ, ମକରଧ୍ୱଜ ଦାଶ ଓ ପୋଲିସ ଟିମ୍ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣା ପରେ ସୋନପୁର ତଥା ଘୋଡ଼ାଘାଟପଡ଼ା ଅଂଚଳରେ ଶୋକର ଛାୟା ଖେଳିଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande