ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର , ୧୫ ଅକ୍ଟୋବର (ହି.ସ.) - ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ଜନାଦେଶ ସହ ବିଜୟୀ ହୋଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ସମସ୍ତ ବିଜୟୀ ପ୍ରାର୍ଥୀ—ସଭାପତି ସୌମ୍ୟରଞ୍ଜନ ପଟେଲ, ଉପ-ସଭାପତି ସୁଶ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ଏବଂ ସାଧାରଣ
tfht


ଭୁବନେଶ୍ୱର , ୧୫ ଅକ୍ଟୋବର (ହି.ସ.) - ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ଜନାଦେଶ ସହ ବିଜୟୀ ହୋଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ସମସ୍ତ ବିଜୟୀ ପ୍ରାର୍ଥୀ—ସଭାପତି ସୌମ୍ୟରଞ୍ଜନ ପଟେଲ, ଉପ-ସଭାପତି ସୁଶ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ଏବଂ ସାଧାରଣ ସମ୍ପାଦକ ଗୋବିନ୍ଦ ବାରିକଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁଭେଚ୍ଛା ଜଣାଇଛନ୍ତି ।

ଏହାସହ ସଠିକ ନେତୃତ୍ୱ ଚୟନ କରିଥିବାରୁ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ନବନିର୍ବାଚିତ ପ୍ରତିନିଧିମାନେ ଛାତ୍ରସମାଜର ସମସ୍ୟା ସମାଧାନ, ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶର ଉନ୍ନତି ଏବଂ ଯୁବଶକ୍ତିର ସଶକ୍ତୀକରଣ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande