ସୁରଭି ୨୦୨୬ ଉଦ୍ଯାପିତ
ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ହଡରାଟାଲ ବିଦ୍ୟାଳୟ ପରିସରରେ ସୁରଭି ୨୦୨୬ ଉଦ୍ଯାପିତ ହୋଇଯାଇଛି। ମୁଖ୍ୟପ୍ରସଙ୍ଗ ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତା ତଥା ଓଡ଼ିଶାର ଅସ୍ମିତାକୁ ନେଇ ବିଭିନ
ସୁରଭି ୨୦୨୬ ଉଦ୍ଯାପିତ


ସୁରଭି ୨୦୨୬ ଉଦ୍ଯାପିତ


ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ହଡରାଟାଲ ବିଦ୍ୟାଳୟ ପରିସରରେ ସୁରଭି ୨୦୨୬ ଉଦ୍ଯାପିତ ହୋଇଯାଇଛି। ମୁଖ୍ୟପ୍ରସଙ୍ଗ ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତା ତଥା ଓଡ଼ିଶାର ଅସ୍ମିତାକୁ ନେଇ ବିଭିନ୍ନ କଳା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସିଆରସିସି ବିନାୟକ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜନ୍ମଜୟ ମେହେର, ସରପଂଚ ଦୁଲାଲ କୁମାର ନାଥ, ଏବିଇଓ, ସ୍କୁଲ ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ପଟେଲ, ପ୍ରଧାନ ଶିକ୍ଷୟତ୍ରୀ ହିମାଦ୍ରୀ ବେହେରା ପ୍ରମୁଖ ମଂଚାସିନ ଥିଲେ। କାର୍ଯ୍ୟକ୍ରମକୁ ଭାରତୀ ପଟ୍ଟନାୟକ ମଂଚ ପରିଚାଳନା କରିଥିଲେ। କ୍ଲଷ୍ଟରର ସମସ୍ତ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତି ଛାତ୍ର ଛାତ୍ରୀଙ୍କୁ ବେଶ ଉତ୍ସାହିତ କରିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande