ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟକୁ ହାସଲ
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଅଭିଯାନ-୬ ଅଧୀନରେ ଅକ୍ଟୋବର ୨୦୨୬ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟକୁ ମାସ ଶେଷ ସୀମା ତାରିଖ ପୂର୍ବରୁ, ଅର୍ଥାତ୍ ୨୨ ଅକ୍ଟୋବରରେ ହାସଲ କରିଛି। ଏହି ସଫଳତା ସମ୍ପତିର ଦକ୍ଷ ପରିଚାଳନା, ଅବ୍ୟବହୃତ ସାମଗ୍ରୀର ବ୍ୟବସ୍
fghsrtj


ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଅଭିଯାନ-୬ ଅଧୀନରେ ଅକ୍ଟୋବର ୨୦୨୬ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟକୁ ମାସ ଶେଷ ସୀମା ତାରିଖ ପୂର୍ବରୁ, ଅର୍ଥାତ୍ ୨୨ ଅକ୍ଟୋବରରେ ହାସଲ କରିଛି। ଏହି ସଫଳତା ସମ୍ପତିର ଦକ୍ଷ ପରିଚାଳନା, ଅବ୍ୟବହୃତ ସାମଗ୍ରୀର ବ୍ୟବସ୍ଥିତ ନିଷ୍କାସନ ଏବଂ ରେଳ ସମ୍ବଳର ସର୍ବୋତମ ଉପଯୋଗ ଦିଗରେ ପୂର୍ବତଟ ରେଳପଥର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ।

ଅବ୍ୟବହୃତ ସାମଗ୍ରୀର ସମୟୋଚିତ ନିଷ୍କାସନ ରେଳ ସମ୍ବଳ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ରେଳପଥର ରାଜସ୍ୱ ବୃଦ୍ଧି କରିବା ସହ ରେଳ ପରିସରରେ ମୂଲ୍ୟବାନ ସ୍ଥାନ ଖାଲି କରିବା, ରେଳ ପ୍ରତିଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣରେ ଉନ୍ନତି ଆଣିବା ଏବଂ ବିଭିନ୍ନ ରେଳ ପରିସରରେ ପରିଚ୍ଛନ୍ନତା ବଜାୟ ରଖିବାରେ ସହାୟକ ହୋଇଥାଏ। ଏଭଳି ପଦକ୍ଷେପ ଉପଲବ୍ଧ ଭିତିଭୂମିର ଉତମ ଉପଯୋଗ ସୁନିଶ୍ଚିତ କରିବା ସହ ଏକ ସୁସଂଗଠିତ କାର୍ଯ୍ୟ ପରିବେଶ ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ ।

ପୂର୍ବତଟ ରେଳପଥ ମୁଖ୍ୟାଳୟର ଇଞ୍ଜିନିୟରିଂ ବିଭାଗ, ସମସ୍ତ ମଣ୍ଡଳ ଏବଂ ମେଂଚଶ୍ୱର କ୍ୟାରେଜ୍ ମରାମତି କାରଖାନାର ସମନ୍ୱିତ ପ୍ରୟାସ ଯୋଗୁଁ ଏହି ସଫଳତା ମିଳିଛି। ସମସ୍ତଙ୍କର ସାମୂହିକ ପ୍ରତିବଦ୍ଧତା ଏବଂ ନିରନ୍ତର ଉଦ୍ୟମ ଯୋଗୁଁ ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିପାରିଛି।

ଏହି ଲକ୍ଷ୍ୟ ହାସଲରେ ସମ୍ବଲପୁର ମଣ୍ଡଳ ଉଲ୍ଲେଖନୀୟ ଅବଦାନ ରଖିଛି। ଅନ୍ୟ ମଣ୍ଡଳ, ବିଭାଗ ଏବଂ କାରଖାନାର କର୍ମଚାରୀମାନଙ୍କ ସହଯୋଗ ସହିତ ସମ୍ବଲପୁର ମଣ୍ଡଳର ଅବଦାନ ଏହି ସଫଳତାକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ପୂର୍ବତଟ ରେଳପଥ ରେଳ ସମ୍ପତିର ସୁଦକ୍ଷ ପରିଚାଳନା, ଅବ୍ୟବହୃତ ସାମଗ୍ରୀର ସମୟୋଚିତ ନିଷ୍କାସନ, ସମ୍ବଳର ଉତମ ଉପଯୋଗ ଏବଂ ସମଗ୍ର ରେଳ ନେଟୱର୍କରେ ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ବିଭିନ୍ନ ପଦକ୍ଷେପର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ନିମନ୍ତେ ନିଜର ପ୍ରତିବଦ୍ଧତା ଜାରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande