
ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)- ପୂର୍ବତନ
ଉପରାଷ୍ଟ୍ରପତି ଭୈରୋ ସିଂହ ଶେଖାୱତଙ୍କ ଜୟନ୍ତୀ ଅବସରରେ ତାଙ୍କୁ ନମନ କରିଛନ୍ତି ପୂର୍ବତନ
କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ
ବାର୍ତ୍ତା ଜାରି କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପୂର୍ବତନ ଉପରାଷ୍ଟ୍ରପତି ଭୈରୋ ସିଂହ
ଶେଖାୱତଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସାଦର ପ୍ରଣାମ। ସେ ନିଜର ସାର୍ବଜନୀନ ଜୀବନରେ ଜନସେବା ଓ
ସୁଶାସନକୁ ପ୍ରାଥମିକତା ଦେଇ ସମାଜର ପ୍ରତ୍ୟେକ ବର୍ଗର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ।
ରାଷ୍ଟ୍ର ଓ ସମାଜ ପ୍ରତି ତାଙ୍କର ସମର୍ପଣ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଚାଲିଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା