
ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)- ପୂର୍ବତନ
ବିଧାୟକ କାହ୍ନୁଚରଣ ନାଏକଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର
ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।ଏନେଇ ଏକ୍ସ ହ୍ୟାଣ୍ଡେଲରେ ଧର୍ମେନ୍ଦ୍ର ପ୍ରଧାନ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ କାହ୍ନୁଚରଣ
ନାଏକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜନପ୍ରତିନିଧି ଭାବେ ରାଜନୀତି
କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ
। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା