
ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)-
କେନ୍ଦ୍ରମନ୍ତ୍ରୀ
ଶୋଭା କରନ୍ଦଲାଜେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶ୍ରମ ଓ ନିଯୁକ୍ତି ବିଭାଗର ମାନନୀୟ
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଜୀଙ୍କୁ ଜନ୍ମଦିନର ଅନ୍ତରିକ ଶୁଭେଚ୍ଛା ଓ
ଅଭିନନ୍ଦନ।କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସଶକ୍ତ କରିବା ସହ ଶ୍ରମଜୀବୀଙ୍କ ସ୍ୱାର୍ଥ ଓ ସୁରକ୍ଷା
ପ୍ରତି ଆପଣଙ୍କର ଅବିଚଳ ପ୍ରତିବଦ୍ଧତା ସମାବେଶୀ ବିକାଶ ଓ ରାଷ୍ଟ୍ର ନିର୍ମାଣର ଭାବନାକୁ
ପ୍ରତିଫଳିତ କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି ପ୍ରଦାନ କରିବା ସହ ଜନସେବାରେ ନିରନ୍ତର ଆଗେଇ
ଚାଲିବା ପାଇଁ ଅସୀମ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା