
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ରାଜଧାନୀ ଭୁବନେଶ୍ୱରରେ ଯାତ୍ରୀଙ୍କ ସୁବିଧା ଓ ସହରର ପରିବେଶକୁ ଅଧିକ ସବୁଜ କରିବା ଲକ୍ଷ୍ୟରେ ଆଉ ୩ଟି ସୌରଚାଳିତ ସ୍ମାର୍ଟ ବେଂଚ ସ୍ଥାପନ କରାଯାଇଛି। ଏକାମ୍ର ପାର୍କ ନିକଟରେ ଏବଂ ଉତ୍କଳ ହସ୍ପିଟାଲ ରାସ୍ତା କଡ଼ରେ ଏହି ବେଂଚଗୁଡ଼ିକ ସ୍ଥାପନ କରାଯାଇଛି।
୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି। ସୌରଶକ୍ତି ଦ୍ୱାରା ପରିଚାଳିତ ଏହି ସ୍ମାର୍ଟ ବେଂଚ ଗୁଡ଼ିକ ଯାତ୍ରୀ ଓ ସାଧାରଣ ଲୋକଙ୍କୁ ଆରାମଦାୟକ ବିଶ୍ରାମ ସୁବିଧା ଯୋଗାଇଦେବ।
ନାଗରିକକୈନ୍ଦ୍ରିକ ଭିତିଭୂମିର ବିକାଶ, ସାର୍ବଜନୀନ ସୁବିଧାରେ ଉନ୍ନତି ଏବଂ ସ୍ୱଚ୍ଛ ଶକ୍ତିର ବ୍ୟବହାର ମାଧ୍ୟମରେ ଏକ ସବୁଜ ଓ ସ୍ଥାୟୀ ସହର ଗଠନ ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା