
ଧର୍ମଶାଳା, ୨୪ ଅକ୍ଟୋବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାରକା ଅଂଚଳର ଆଗୁଆ ସ୍ୱେଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ଅନଗ୍ରସର ଓ ଅଭାବୀ ଲୋକମାନଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ଟ୍ରଷ୍ଟ ଦୀର୍ଘ ବର୍ଷ ହେଲା ଅସହାୟ ଓ ଗରିବମାନଙ୍କୁ ସେବା ଯୋଗାଇ ଆସୁଛି । ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ ଓ ଅସହାୟ ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଧାୟକ ଶ୍ରୀ ସାହୁ ଟ୍ରଷ୍ଟର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଦୁର୍ଘଟଣାରେ ପୀଡିତ ଜେନାପୁର ପଂଚାୟତର ଅର୍ଜୁନ ରାଉତ, ଆର୍ଥିକ ଅନାଟନରେ ଚଳୁଥିବା ଜେନାପୁର ପଂଚାୟତ ପଣସପଡିଆ ଗ୍ରାମର ସୀତା ଭଞ୍ଜ, ଆର୍ଥିକ ଅଭାବରେ ଚଳୁଥିବା ଜେନାପୁର ପଂଚାୟତ ପଣଷପଡିଆ ଗ୍ରାମର ବସନ୍ତ ମଞ୍ଜରୀ ସାହୁ, ମସ୍ତିଷ୍କ ବିକୃତ ଜେନାପୁର ପଂଚାୟତ ପଣଷପଡିଆ ଗ୍ରାମର ସୁବାସ କବିଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହୟତା ପ୍ରଦାନ କରାଯାଇଛି । ସେହିପରି ଅଭାବରେ ଚଳୁଥିବା ରସୁଲପୁର ପଂଚାୟତ ଖୋସାଲପୁର ଗ୍ରାମର ସୁରେଶ ଚନ୍ଦ୍ର ମହାନ୍ତି, ଅଭାବରେ ଚଳୁଥିବା ରସୁଲପୁର ପଂଚାୟତ ଖୋସାଲପୁର ଗ୍ରାମର ସତ୍ୟଭାମା ନାୟକ ଏବଂ ଚଂଚଳା ଦାସ, ପ୍ରଣିତ କରଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି ଆର୍ଥିକ ଅନଗ୍ରସର ରାହାମ୍ବା ପଂଚାୟତ ସଦାନନ୍ଦପୁର ଗ୍ରାମର ସଖି ବେହୁଆ ଓ ଏହି ପଂଚାୟତ କୋଳଥଳ ଗ୍ରାମର ବୋଧି ମଳିକ, ସରୋଜ ମଲିକଙ୍କୁ ଟ୍ରଷ୍ଟ ପକ୍ଷରୁ ଅର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅଭାବ ଅନାଟନରେ ଚଳୁଥିବା ଅରେଇକଣା ପଂଚାୟତ ହଳଦିଆମୂଳ ଗ୍ରାମର ଉମାକାନ୍ତ ମଲିକ ଓ ଏହି ଗ୍ରାମର ଗୋପାଳ ମଲିକ, ନେପାଳ ମଲିକ ଏବଂ ଆର୍ଥିକ ଅନାଟନରେ ଥିବା ମଙ୍ଗଳପୁର ପଂଚାୟତ ବାଙ୍କସାହି ଗ୍ରାମର ମାତାଜୀ ନାୟକଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।ଅନୁରୂପ ଭାବେ ଅଭାବରେ ଥିବା ମଙ୍ଗଳପୁର ପଂଚାୟତ ବାଙ୍କସାହି ଗ୍ରାମର ପ୍ରଫୁଲ୍ଲ କୁମାର ନାୟକ, ଅଭାବରେ ଥିବା ରାହାମ୍ବା ପଂଚାୟତ କୋଳଥଳ ଗ୍ରାମର ମମତା ବାରିକଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟମାନେ ସେମାନଙ୍କ ଘରେ ପହଁଚି ଏହି ସହାୟତା ପ୍ରଦାନ କରିଛନ୍ତି । ଗରିବ, ଖଟିଖିଆ, ଅସହାୟ ଲୋକମାନଙ୍କୁ ଚିହ୍ନଟ କରାଯାଇ ଟ୍ରଷ୍ଟ ମାଧ୍ୟମରେ ପୂର୍ବରୁ ଯେଉଁଭଳି ଭାବେ ସହାୟତା ଯୋଗେଇ ଦିଆଯାଉଥିଲା ସମାନ ଭାବରେ ଏଭଳି ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ